ତୈଳଦର ବୃଦ୍ଧି ଦୃଷ୍ଟିରୁ ରାଜ୍ୟ ସରକାର ବସ୍ ଭଡା ବଢାଇଛନ୍ତି । ଅର୍ଡିନାରୀ ଓ ଏକ୍ସପ୍ରେସ ବସ ଭଡା କିଲୋମିଟର ପିଚ୍ଛା ପାଞ୍ଚ ପଇସା ବୃଦ୍ଧି କରିଥିବା ବେଳେ ଡିଲକ୍ସ ଓ ଏସି ବଡ ଭଡା 10 ପଇସା ଲେଖାଏ ବୃଦ୍ଧି କରାଯାଇଛି । ଫଳରେ ଅର୍ଡିନାରୀ ବସ ଭଡା କିଲୋମିଟର ପିଚ୍ଛା 80 ପଇସାରୁ 85 ପଇସାକୁ, ଏକ୍ସପ୍ରେସ ଭଡା 84 ପଇସାରୁ 89 ପଇସାକୁ ବୃଦ୍ଧି ପାଇଛି । ଡିଲକ୍ସ ବସ୍ ଭଡା 1 ଟଙ୍କା 11 ପଇସାରୁ 1 ଟଙ୍କା 21 ପଇସାକୁ, ଏସି ବସ୍ ଭଡା 1 ଟଙ୍କା 39 ପଇସାରୁ 1 ଟଙ୍କା 49 ପଇସାକୁ ବୃଦ୍ଧି ପାଇଛି । ସୁପର ପ୍ରିମିଅମ ଭଡା 2 ଟଙ୍କା 17 ପଇସାରୁ 2 ଟଙ୍କା 32 ପଇସାକୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here