ରାଜସ୍ତାନରେ ରାଜକୀୟ ଢଙ୍ଗରେ ବିବାହ ସରିବା ପରେ ଓଡିଶା ଫେରିଛନ୍ତି ଓଲିଉଡର ନବ ଦମ୍ପତ୍ତି ସବ୍ୟ-ଅର୍ଚ୍ଚିତା । ଭୁବନେଶ୍ୱର ବିମାନବନ୍ଦରରେ ପହଁଞ୍ଚ ପହଁଞ୍ଚୁ ଫ୍ୟାନମାନେ ଜଣାଇଥିଲେ ଶୁଭେଚ୍ଛା । ଏବଂ ସାମ୍ବାଦିକଙ୍କର ଅନେକ ପ୍ରଶ୍ନର ସାମ୍ନା କରିଥିଲେ ସବ୍ୟଅର୍ଚ୍ଚିତା । ବାହାଘରକୁ ନେଇ ଉଭୟ ସେଆର କରିଥିଲେ ସିକ୍ରେଟ । କାହିଁକି ଓଡିଶା ଛାଡି ରାଜସ୍ତାନରେ ମ୍ୟାରେଜ୍ କଲେ । କିଏ ପ୍ରଥମେ କାହାକୁ ପ୍ରପୋଜ୍ କରିଥିଲେ । ଭଲ ପାଇବା କେବେଠୁ ଆରମ୍ଭ ହେଲା । ଫ୍ୟାନ୍‌ଙ୍କ ମନରେ ଆସୁଥିବା ଏମିତି ଅନେକ ପ୍ରଶ୍ନର ଉତ୍ତର ସରଳରେ ରଖିଥିଲେ ସବ୍ୟ । ମାର୍ଚ୍ଚ ୧ ରାଜସ୍ତାନରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ବାହାଘର ପୂର୍ବଦିନ ନିଜ ସୋସିଆଲ ମିଡିଆରେ ଫ୍ୟାନଙ୍କୁ ବିବାହ ସମ୍ପର୍କରେ ଜଣାଇଥିଲେ ଉଭୟ । ତେବେ ୨୦୨୦ ମାର୍ଚ୍ଚରେ ଉଭୟଙ୍କର ହାତଗଣ୍ଠି ପଡିଥାନ୍ତା । କିନ୍ତୁ ମହାମାରୀ କରୋନା ଲାଗି ବିବାହ ହୋଇପାରିନଥିଲା ବୋଲି ସବ୍ୟ ଗଣମାଧ୍ୟମକୁ ପ୍ରତିକ୍ରୀୟା ଦେଇଛନ୍ତି । ସବୁ ସଫଳତାର ଶ୍ରେୟ ଅର୍ଚ୍ଚିତାକୁ ଅଜାଡିଦେଇଛନ୍ତି ସବ୍ୟ । ଆଗକୁ ସମାଜସେବାରେ ବାଧା ସୃଷ୍ଟି ନକରିବା ପାଇଁ ଅର୍ଚ୍ଚିତାଙ୍କୁ ଶପଥ କରାଇଥିଲେ ସବ୍ୟ । ଦୁହେଁ ଦୁହିଁଙ୍କୁ ଜୀବନସାଥୀ ଭାବରେ ପାଇଁ ବେଶ୍ ଖୁସି । ତେବେ ଆଗକୁ ସବ୍ୟ-ଅର୍ଚ୍ଚିତାଙ୍କ ରିଅଲ ଲାଇଫ କେମିତି କଟୁଛି ତା’ ଉପରେ ଫ୍ୟାନଙ୍କ ନଜର

LEAVE A REPLY

Please enter your comment!
Please enter your name here