ପୁରୀ ଶ୍ରୀମନ୍ଦିରର ବିକାଶ ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀମନ୍ଦିରର ବିକାଶ ତଥା ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା ପାଇଁ ସରକାର ପଦକ୍ଷେପ ନେଇଥିବା ବେଳେ ଏହି ମହତ୍ କାର୍ଯ଼୍ୟକ୍ରମରେ ବିଶ୍ବର ସମଗ୍ର ହିନ୍ଦୁ ସମାଜ ତଥା ଓଡିଶାର ସାଢେ ଚାରି କୋଟି ଲୋକ ସାମିଲ ହେବାକୁ ଆଗ୍ରହୀ ଅଛନ୍ତି । ତେଣୁ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ସଂଗ୍ରହ ଅଭିଯ଼ାନ ଭଳି ଏକ ବ୍ୟବସ୍ଥା ଆରମ୍ଭ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଜପତି ମହାରାଜଙ୍କୁ ଅନୁରୋଧ କରିଛନ୍ତି । ଗଜପତିଙ୍କ ମାର୍ଗଦର୍ଶନରେ ଏହି କାର୍ଯ଼୍ୟକ୍ରମ ଆରମ୍ଭ କରିବାକୁ ସେ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଯ଼ୋଜନାରେ ଆଗ୍ରହୀ ଶ୍ରଦ୍ଧାଳୁ ଶ୍ରମଦାନ କିମ୍ବା ଅର୍ଥଦାନ କରି ଶ୍ରୀଜଗନ୍ନାଥଙ୍କ ମହତ କାର୍ଯ଼୍ୟରେ ସାମିଲ ହୋଇପାରିବେ ।

LEAVE A REPLY

Please enter your comment!
Please enter your name here