କଳାହାଣ୍ଡି , ସୁନ୍ଦରଗଡ ପରେ ଏବେ ନବୀନଙ୍କ ଫୋକସରେ ନୂଆପଡା । ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ନୂଆପଡାବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତିକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସମେତ ୨୩ଶହ୩୭ କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୫୦ କୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦୀର୍ଘ ୨୦ ବର୍ଷ ପରେ ଆଜି ଏହାର ଲୋକାର୍ପଣ ହୋଇଛି । ସେତେବେଳେ ଏହାର ବ୍ୟୟ ଅଟକଳ ୨ ଶହ ୧୧ କୋଟି ଥିବାବେଳେ ଏବେ ଏହା ୧୯୨୫ କୋଟି ୬୩ ଲକ୍ଷରେ ପହଁଞ୍ଚିଛି । ଏହି ପ୍ରକଳ୍ପ ଦ୍ୱାରା ନୂଆପଡା ଜିଲ୍ଲାର ୮୯ଟି ଗାଁ ଏବଂ ବଲାଙ୍ଗୀର ଜିଲ୍ଲାର ୧୯ ଟି ଗାଁ ଜଳସେଚିତ ହେବ ।
ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ନୂଆପଡାର ୫୫ ପ୍ରତିଶତ ଘରକୁ ପାଇପ ଯୋଗେ ପାନୀୟ ଜଳ ଦେଇପାରିଛୁ । ୨୦୨୨ ସୁଦ୍ଧା ଜିଲ୍ଲାର ସମସ୍ତ ପରିବାରକୁ ପାଇପରେ ପାନୀୟ ଜଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜିଲ୍ଲାର ୯ ଶହରୁ ଅଧିକ ଗାଁକୁ ଫ୍ଲୋରାଇଡ ସମସ୍ୟା ମୁକ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଅବସରରେ ଲୋୟର ଇନ୍ଦ୍ର ଡ୍ୟାମ ସାଇଡରେ ସାଇନ୍ସ ପାର୍କ, ମ୍ୟୁଜିୟମ ପ୍ରତିଷ୍ଠା ଏବଂ ଖଡିଆଳ ଓ ନୂଆପଡାରେ ଦୁଇଟି ଇନଡୋର ଷ୍ଟାଡିୟମ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here