ରଥଯାତ୍ରା ପାଇଁ ପୁରୀ ସହରରେ ଆଜି ରାତିରୁ 48 ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି । ପୁରୀ ସହର ମଧ୍ୟକୁ କେହି ବାହାର ଲୋକ ପ୍ରବେଶ କରିପାରିବେ ନାହିଁ । ସେହିପରି ପୁରୀବାସୀଙ୍କ ଚଳାଚଳ ଉପରେ ମଧ୍ୟ କଟକଣା ଲଗାଯାଇଛି । ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବଡଦାଣ୍ଡ ଦୁଇପାର୍ଶ୍ବରେ ଥିବା ଘରର ଛାତ ଓ ବାଲକୋନିକୁ ଆସି ରଥଯାତ୍ରା ଦେଖିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ସହରରେ ଆଜି ରାତି 9ଟାରୁ କାଲି ରାତି 9 ଟା ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି । ପୁରୀର ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ପରେ ଡିଜିପି ଅଭୟ ରଥଯାତ୍ରା ପାଇଁ ସହଯୋଗ କରିବାକୁ ପୁରୀବାସୀଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here