ଏମିତି ବି ସ୍ବାମୀ ଅଛନ୍ତି, ଯିଏ ଟଙ୍କା ରୋଜଗାର ପାଇଁ ସ୍ତ୍ରୀକୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରନ୍ତି । ଆଉ ପରପୁରୁଷ ସହ ସଂପର୍କ ରଖିବାକୁ ମନା କଲେ ସ୍ତ୍ରୀ ଉପରେ ଆରମ୍ଭ ହୋଇଯାଏ ଅତ୍ୟାଚାର । ଘର କବାଟ ବନ୍ଦ କରି ସ୍ବାମୀ ସ୍ତ୍ରୀକୁ ନିର୍ଧୁମ ପିଟେ । କାଠ, ଲୁହା ରଡ୍ ଯାହା ପାଏ, ସେଥିରେ ସ୍ତ୍ରୀକୁ ଅତି ନୃଶଂସ ଭାବେ ପିଟେ । ଦିନେ କି ମାସେ ନୁହେଁ, ଏମିତି ସାତବର୍ଷ ଧରି ଅତ୍ୟାଚାରିତ ହେଉଥିଲା ସ୍ତ୍ରୀ । ଗରାଖ ଯୋଗାଡ କରୁଥିଲା ସ୍ବାମୀ । ଆଉ ଘର ଭିତରେ ପ୍ରତିଦିନ ଏକାଧିକ ପୁରୁଷଙ୍କ ସହ ଶାରିରୀକ ସଂପର୍କ ରଖୁଥିଲା ସ୍ତ୍ରୀ । ସବୁଠାରୁ ଚକିତ କଲାଭଳି କଥା ହେଉଛି, ଉଭୟ ପ୍ରେମ ବିବାହ କରିଥିଲେ । ମାତ୍ର ପ୍ରେମ ବିବାହର ଦୁଇବର୍ଷ ପରେ ସ୍ବାମୀ ସ୍ତ୍ରୀକୁ ରୋଜଗାରର ମାଧ୍ୟମ କରିଦେଲା । ଅନିଚ୍ଛା ସତ୍ତ୍ବେ ସ୍ତ୍ରୀ ତା ସ୍ବାମୀ କଥା ମାନି ନେଉଥିଲା ସ୍ତ୍ରୀ । କିନ୍ତୁ ଧୀରେ ଧୀରେ ତା ଉପରେ ଅତ୍ୟାଚାର ବଢିବାକୁ ଲାଗିଲା । ଆଉ ସ୍ବାମୀର ଅତ୍ୟାଚାର ସହିବାକୁ ପ୍ରସ୍ତୁତ ନ ଥିଲା ସେ । ନିଜ ମାଆ ନିକଟରେ ଅତ୍ୟାଚାରର କାହାଣୀ କହିବା ପରେ ପୋଲିସର ଦ୍ବାରସ୍ଥ ହୋଇଥିଲେ ପୀଡିତାଙ୍କ ମାଆ । ଆଉ ବନ୍ଦ ଘର ଭିତରୁ ନିର୍ଯାତିତା ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ନିଜ ସ୍ତ୍ରୀକୁ ବେଶ୍ୟା ସଜାଇଥିବା ସ୍ବାମୀକୁ ଗିରଫ କରିଛି ଭୁବନେଶ୍ବର ଚନ୍ଦ୍ରଶେଖରପୁର ପୋଲିସ ।

LEAVE A REPLY

Please enter your comment!
Please enter your name here