କରୋନା ସଙ୍କ୍ରମଣକୁ ଦେଖି ଜର୍ମାନୀରେ ବଢିଲା ଲକଡାଉନ୍ । ନୂଆ ସଙ୍କ୍ରମଣ ମାମଲା ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାଦେଖି ଆହୁରୀ ୪ ସପ୍ତାହ ପାଇଁ ଲକଡାଉନକୁ ବଢାଇ ଦିଆଯାଇଛି । ଏପ୍ରିଲ ୧୮ ତାରିଖ ଯାଏ ସାରା ଦେଶରେ ଲକ ଡାଉନ୍ ଘୋଷଣା କରିଛନ୍ତି ଚାନ୍ସଲେର ଆଂଜେଲା ମାର୍କେଲ । ଲକଡାଉନ୍ ନିୟମକୁ କଡାକଡି କରିବା ପାଇଁ ଚିନ୍ତା କରୁଛନ୍ତି ଜର୍ମାନୀ ସରକାର । ଫଳରେ ମାର୍ଚ୍ଚ ଶେଷ ସପ୍ତାହରେ ପାଳନ ହେଉଥିବା ଇଷ୍ଟର ଛୁଟିରେ ଲୋକଙ୍କୁ ୫ ଦିନ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହପରି ବାହାରୁ ଜର୍ମାନୀକୁ ଫେରୁଥିବା ଲୋକଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ କୁହାଯାଇଛି । ପ୍ରତି ଲକ୍ଷେ ଲୋକରେ ୧୦୦ ଜଣ କରୋନା ସଙ୍କ୍ରମିତ ହେଉଥିବା ଅଞ୍ଚଳରେ ଲକଡାଉନ କଟକଣାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୬ଟି ରାଜ୍ୟର ଗଭର୍ଣ୍ଣରଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ପରେ କରୋନା ସଙ୍କ୍ରମଣକୁ ରୋକିବା ପାଇଁ ଏଭଳି କଠୋର ପଦକ୍ଷେପ ନେଇଛନ୍ତି ଚାନ୍ସଲେର ଆଂଜେଲା ମାର୍କେଲ । ପୂର୍ବରୁ ମାର୍ଚ୍ଚ ୨୮ ଯାଏ ଲକ ଡାଉନ୍ ଘୋଷଣା ହୋଇଥିଲା ।

LEAVE A REPLY

Please enter your comment!
Please enter your name here