ପ୍ରକାଶ ପାଇଲା ଗୃହ ବିଭାଗର ୨୦୨୦ର ଶ୍ୱେତପତ୍ର । ଶ୍ୱେତପତ୍ରରେ ରହିଛି ରାଜ୍ୟରେ ଲାଲ୍ ଚିତ୍ର , ୨୦୨୦ରେ ରାଜ୍ୟରେ ଅପରାଧର ଚିତ୍ର ଏଥିରେ ଦର୍ଶାଯାଇଛି । ୨୦୨୦ ମସିହାରେ ରାଜ୍ୟରେ କେତେ ଲୁଣ୍ଠନ, ଦୁଷ୍କର୍ମ ହୋଇଛି ତାର ତଥ୍ୟ ଏଥିରେ ଦର୍ଶାଯାଇଛି । ଏହି ବର୍ଷ ରାଜ୍ୟରେ ୨୯୮୪ଟି ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ସେହିପରି ୩୫୨୪ଟି ଠକେଇ ମାମଲା ରୁଜୁ ହୋଇଛି । ମୋଟ ୧୦ ହଜାର ୪୧୨ଟି ଚୋରୀ ମାମଲା ପଞ୍ଜିକୃତ ହୋଇଛି । ଲୁଣ୍ଠନ ମାମାଲ ରହିଛି ୨୧୬୬ । ସେହିଭଳି ୧୪୭୦ ହତ୍ୟା ମାମଲାରୁ ୧୩୯୨ ମାମଲା ସତ୍ୟ । ଏଥି ମଧ୍ୟରୁ ୬୯୪ ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଳ କରାଯାଇଛି ।

LEAVE A REPLY

Please enter your comment!
Please enter your name here