ମାଲକାନଗିରି ପୋଲିସ ନିକଟରେ ୩ ଜଣ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ଆନ୍ଧ୍ର ଓଡିଶା ବର୍ଡର କମିଟିର ସଦସ୍ୟ ଥିଲେ । ୩ ଜଣଙ୍କ ମଧ୍ୟରୁ ମଇନୁ ଏବଂ ରାମେ ନାରେ ୪ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା । ତୃତୀୟ ମାଓବାଦୀ ରଘୁ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ବୋଲି ମାଲକାନଗିରି ଏସପି ହୃଷିକେସ୍ ଖିଲାର ସୂଚନା ଦେଇଛନ୍ତି । ମାଓ ସଙ୍ଗଠନରେ ତେଲୁଗୁ କ୍ୟାଡରଙ୍କ ଅତ୍ୟାଚାର ବଢୁଥିବାରୁ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି ।