ପାଖଉଛି ପିପିଲି ଉପ ନିର୍ବାଚନ ତାରିଖ । ପ୍ରାର୍ଥୀ ସେମାନଙ୍କ ପ୍ରଚାର ଆରମ୍ଭ କରିଦେଲେଣି । ଏହାରି ଭିତରେ ପିପିଲି ଉପନିର୍ବାଚନ ପରିଚାଳନା ପାଇଁ ବିଜେଡିର ୪ ନେତାଙ୍କୁ ଦିଆଯାଇଛି ଦାୟିତ୍ୱ । ବିଜେଡିର ୪ ବରିଷ୍ଠ ନେତାଙ୍କୁ ପିପିଲି ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି । ଦେବୀ ମିଶ୍ର, ସଞ୍ଜୟ ଦାଶ ବର୍ମା , ମହେଶ୍ୱର ମହାନ୍ତି , ପ୍ରତାପ ଦେବଙ୍କୁ ଦାୟିତ୍ୱ ମିଳିଛି । ୪ ନେତାଙ୍କୁ ଏହି ପରିଚାଳନା ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଣମାଧ୍ୟମ ସାଧାରଣ ସମ୍ପାଦକ ମାନଓ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here