କରୋନାରେ କୋଭିଡ ଯୋଦ୍ଧାଙ୍କର ମୃତ୍ୟୁ । ଭୁବନେଶ୍ୱର ସିଆରପିଏଫ ଡିଆଇଜିଙ୍କର ଦେହାନ୍ତ । କରୋନାରେ ସିଆରପିଏଫ ଗ୍ରୁପ୍ ସେଣ୍ଟର ଡିଆଇଜିଙ୍କ ମୃତ୍ୟୁ ହୋଇଛି । ଡିଆଇଜି ସୁନିଲ କୁମାର ପାର୍ଥ ୨୬ ଏପ୍ରିଲରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଦେହ ଅସୁସ୍ଥ ହେବାରୁ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । କରୋନା କାଳରେ ତାଙ୍କର କାର୍ଯ୍ୟଶୈଳୀକୁ ବେଶ ପ୍ରଶଂସା କରାଯାଇଛି । ସୁନିଲଙ୍କର ବିୟୋଗ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here