ଆଜି ରାଜ୍ୟରେ ୧୭ କରୋନା ସଙ୍କ୍ରମିତଙ୍କ ମୃତ୍ୟୁ । ଖୋର୍ଦ୍ଧା, ରାୟଗଡା, କଳାହାଣ୍ଡି, ସୁନ୍ଦରଗଡରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ପୁରୀ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଅନୁଗୁଳ, ବଲାଙ୍ଗୀର ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୧୯୭କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ । ୧୦ ହଜାର ତଳକୁ ଖସୁନି ପଜିଟିଭ୍ ସଂଖ୍ୟା । ଆଜି ଦୈନିକ ୧୦,୦୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୬୬୨୩ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୪୦୮ । ସବୁଦିନ ପରି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୮୨୪, କଟକରୁ ୭୨୦ ପଜିଟଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ-୪୫୬, ବାଲେଶ୍ୱର-୨୩୦, ବରଗଡ-୪୫୦, ଭଦ୍ରକ-୨୪୮, ବଲାଙ୍ଗିର-୨୭୪, ବୌଦ୍ଧ-୧୮୩, ଦେଓଗଡ-୧୧୮, ଢେଙ୍କାନାଳ-୨୪୪, ଗଜପତି-୮୯, ଗଞ୍ଜାମ-୨୦୯, ଜଗତସିଂହପୁର-୧୧୫, ଯାଜପୁର-୩୨୮, ଝାରସୁଗୁଡା-୪୧୮, କଳାହାଣ୍ଡି-୪୩୩, କନ୍ଧମାଳ-୭୫, କେନ୍ଦ୍ରାପଡା-୨୪୩, କେନ୍ଦୁଝର-୧୬୬, କୋରାପୁଟ-୧୪୨, ମାଲକାନଗିରି-୬୨, ମୟୂରଭଞ୍ଜ-୨୦୭, ନବରଙ୍ଗପୁର-୩୦୬, ନୟାଗଡ-୨୬୯, ନୂଆପଡା-୩୧୧, ପୁରୀ-୭୦୮, ରାୟଗଡା-୧୩୨, ସମ୍ବଲପୁର-୩୦୨, ସୋନପୁର-୧୬୯, ଷ୍ଟେଟପୁଲରୁ ୨୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here