ଲକଡାଉନରେ ବିବାହ କରିଛନ୍ତି କଣ୍ଠଶିଳ୍ପୀ ସୋହିନୀ ମିଶ୍ର । ଗତ ୯ ତାରିଖ ରବିବାର ଦିନ ଭୁବନେଶ୍ୱର ଘାଟିକିଆ ନିକଟ କଳିଙ୍ଗ ନଗରର ଏକ କଲ୍ୟାଣ ମଣ୍ଡପରେ ତାଙ୍କ ବାହାଘର ସମ୍ପନ୍ନ ହୋଇଛି । ରବିବାର ସଟଡାଉନ ଥିବାରୁ ଅଳ୍ପ କିଛି ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କ ବାହାଘର ହୋଇଛି । ଭୁବନେଶ୍ୱରର ଚାଟାର୍ଡ ଆକାଉଣ୍ଟାଣ୍ଟ ହିମାଂଶୁ ଶେଖର ପତିଙ୍କୁ ବିବାହ କରିଛନ୍ତି । ୨୦୧୨ ମସିହାରେ ସୋହିନୀ ଇଣ୍ଡିଆନ ଆଇଡଲ ୬ରେ ସଫଳତା ହାସଲ କରି ଚର୍ଚ୍ଚାକୁ ଆସିଥିଲେ । ପରେ ବହୁ ଓଡିଆ ଚଳଚ୍ଚିତ୍ର, ମ୍ୟୁଜିକ୍ ଭିଡିଓ, ଆଲବମରେ ଗୀତ ଗାଇ ଓଡିଆ ଶ୍ରୋତାଙ୍କ ଭିତରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି । କେବଳ ଓଡିଆ ନୁହେଁ , ହିନ୍ଦୀ, ବଙ୍ଗଳା ଭଳି ବିଭିନ୍ନ ଭାଷାରେ ଗୀତ ଗାଇ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here