ମେ ଫେୟାର ଗ୍ରୁପର ଭାଇସ ପ୍ରେସିଡେଣ୍ଟ ରାମ ମିଶ୍ରଙ୍କ ଦେହାନ୍ତ ହୋଇଛି । କୋଭିଡରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ବର ସ୍ଥିତ ଆମ୍ରି ହସପିଟାଲରେ ଚିକିତ୍ସିତ ହେଉଥିଲେ । ମାତ୍ର କୋଭିଡ ସହ ଯୁଦ୍ଧରେ ଶେଷରେ ହାରିଗଲେ ରାମ ମିଶ୍ର । ଦୀର୍ଘବର୍ଷ ଧରି ମେ ଫେୟାର ଗ୍ରୁପରେ କାର୍ଯ୍ୟ କରୁଥିବା ରାମ ମିଶ୍ର ଦିଲ୍ଲୀରେ ରହୁଥିଲେ । ସେ ଓ
ତାଙ୍କ ପତ୍ନୀ ଅନୁପମା କୋଭିଡରେ ଆକ୍ରାନ୍ତ ହେବା ପରେ ଅପ୍ରେଲ 22 ତାରିଖରେ ସେମାନଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀରୁ ଭୁବନେଶ୍ବର ଅଣାଯାଇ ଆମ୍ରି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଭେଣ୍ଟିଲେଟରରେ ରହିଥିଲେ । ଆଜି ଅପରାହ୍ନରେ ତାଙ୍କର ପରଲୋକ ଘଟିଥିଲା । ଶ୍ରୀ ମିଶ୍ରଙ୍କ ବିୟୋଗରେ ତାଙ୍କ ପରିବାର, ବନ୍ଧୁ ପରିଜନ ମହଲରେ ଗଭିର ଶୋକ ପ୍ରକାଶ ପାଇଛି । ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଗଭିର ଶୋକ ପ୍ରକାଶ କରିବା ସହ ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ହରାଇଲେ ବୋଲି କହିଛନ୍ତି । ରାଜଧାନୀ କଲେଜ 91 ଆଲୁମିନି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here