ରାଜ୍ୟରେ ପଜିଟିଭ୍‌ଙ୍କ ସଂଖ୍ୟା କମିବାରେ ନା ନେଉନାହିଁ । ଆଜି ମଧ୍ୟ ୧୦ ହଜାର ପାର୍ କରିଛି ଦୈନିକ ସଙ୍କ୍ରମଣ । ନୂଆ ୧୦୯୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୬୧୪୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୪୮୩୩ । ଖୋର୍ଦ୍ଧାରୁ ସର୍ବାଧିକ ୧୫୩୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟରେ ରହିଛି ସୁନ୍ଦରଗଡ । ସୁନ୍ଦରଗଡରୁ ୯୬୪ କରୋନା ଆକ୍ରାନ୍ତ ଚିହ୍ନଟ । ସେହିପରି କଟକ-୮୮୫, ଅନୁଗୁଳ-୫୩୯, ବାଲେଶ୍ୱର-୩୦୩, ବରଗଡ-୪୩୧, ଭଦ୍ରକ-୨୩୧, ବଲାଙ୍ଗୀର-୪୨୬, ବୌଦ୍ଧ-୧୮୦, ଦେଓଗଡ-୧୨୭, ଢେଙ୍କାନାଳ-୧୮୯, ଗଜପତି-୧୧୧, ଗଞ୍ଜାମ-୧୭୭, ଜଗତସିଂହପୁର-୨୩୨, ଯାଜପୁର-୩୪୯, ଝାରସୁଗୁଡା-୩୮୦, କଳାହାଣ୍ଡି-୩୭୦,କନ୍ଧମାଳ-୧୩୪, କେନ୍ଦ୍ରାପଡା- ୧୪୧, କେନ୍ଦୁଝର-୨୫୩, କୋରାପୁଟ-୧୯୫, ମାଲକାନଗିରି-୭୧, ମୟୂରଭଞ୍ଜ-୨୩୯, ନବରଙ୍ଗପୁର-୩୩୫, ନୟାଗଡ-୧୯୨, ନୂଆପଡା-୩୭୮, ପୁରୀ-୩୯୮, ରାୟଗଡା-୨୧୨, ସମ୍ବଲପୁର-୪୫୪, ସୋନପୁର-୨୧୫, ଷ୍ଟେଟପୁଲରୁ ୩୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮କୁ ବୃଦ୍ଧି ପାଇଛି ।
ସେହିପରି କରୋନାରେ ଆଜି ୧୭ ଜଣଙ୍କ ଜୀବନ ଯାଇଛି । ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କଳାହାଣ୍ଡି, ପୁରୀ ଓ ସୁନ୍ଦରଗଡରୁ ୨ ଲେଖାଏଁ ଆକ୍ରାନ୍ତ ମୃତ । ବାଲେଶ୍ୱର, ବୌଦ୍ଧ ଓ ଢେଙ୍କାନାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଗଞ୍ଜାମ , ରାୟଗଡାରୁ ମଧ୍ୟ ଜଣେ ଲେଖାଏଁ ମୃତ । ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି

LEAVE A REPLY

Please enter your comment!
Please enter your name here