ଏବେ ଗାଁ ମୁହାଁ କିଲର କରୋନା । ଭୟଭିତ ଅବସ୍ଥାରେ ଗାଁ ଲୋକେ । କରୋନା ସଙ୍କ୍ରମିତ ହେଉଥିଲେ ବି ସତେଚନତା ଅଭାବରୁ ଟେଷ୍ଟିଂ ତ ଦୂରର କଥା ମେଡିକାଲ ବି ଯାଉନାହାଁନ୍ତି । ଏ ଚିତ୍ର କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର । ଗତ କିଛି ଦିନ ମଧ୍ୟରେ ପ୍ରାୟ ୩୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । କିଛି ଲୋକ ଥଣ୍ଡା, କାଶ , ଜ୍ୱରରେ ପୀଡିତ ହୋଇଥିଲେ ବି ଭୟରେ ଡାକ୍ତରୀ ପରାମର୍ଶ ନେଉନଥିବା ଅଭିଯୋଗ ହୋଇଛି । ଗତବର୍ଷ ପଞ୍ଚାୟତରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରାଯାଇଥିଲା ଅସ୍ଥାୟୀ ଶିବିର । ସବୁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ନିଜ ପଞ୍ଚାୟତରେ କୋଭିଡ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା ।ଏଥର କିନ୍ତୁ ସେଭଳି କୌଣସି ପଦକ୍ଷେପ ନିଆଯାଇନାହିଁ । ସଚେତନତାର ଅଭାବ ଓ ପ୍ରଶାସନିକ ଦୁର୍ବଳତା ପାଇଁ ଏବେ ଗାଁ ଗାଁରେ କରୋନା ବ୍ୟାପିବାରେ ଲାଗିଛି । ବଢୁଥିବା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ଘରଘର ବୁଲି ଟେଷ୍ଟିଂ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତିିି। ଗତବର୍ଷ ଏହି ବ୍ଲକର ବଞ୍ଚୋ ପଞ୍ଚାୟତରେ ମାତ୍ର ଦୁଇଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଚଳିତବର୍ଷ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ତନ୍ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି । ଦିନକୁ ଦିନ ସଙ୍କ୍ରମିତଙ୍କ ସଂଖ୍ୟା ବଢିବା ପରେ ପ୍ରଶାସନର ନିଦ ଭାଙ୍ଗିଛି । କିଛି ଅଧିକାରୀ ଓ ଡାକ୍ତରୀଦଳ ଏହି ଗାଁ ପରିଦର୍ଶନ କରିବା ସହ ଘରକୁଘର ବୁଲି ଆକ୍ରାନ୍ତଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି । ସଂକ୍ରମିତ ବ୍ୟକ୍ତି କିପରି ସଂଗରୋଧରେ ରହିବେ ଓ ଗାଁ ଲୋକମାନେ ସାମାଜିକ ଦୁରତା ବଜାୟ ରଖିବା ସହ ମାସ୍କ ବ୍ୟବହାର କରିବେ ସେନେଇ ସଚେତନ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here