ବାତ୍ୟା ୟାସ୍ ମୁକାବିଲା ପରେ ଏବେ ପ୍ୟାକେଜ ରାଜନୀତି I ବିଜେପି ନେତାଏ କହିବୁଲୁଛନ୍ତି ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କୁ କିଛି ମାଗିବା ଦରକାର ନାହିଁ I ଯ଼ାହା ଦରକାର, ପ୍ରଧାନମନ୍ତ୍ରୀ ଦେବେ I ଠିକଣା ଭାବେ ଖର୍ଚ୍ଚ ହେବା ଦରକାର I ତେଣୁ ଆଜି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପାଇଁ ପ୍ରସ୍ତୁତ ଥିଲେ ସମସ୍ତେ I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ଆସି ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରି ଫେରିଯ଼ିବା ପରେ ସଂଧ୍ୟା ସୁଦ୍ଧା ପ୍ୟାକେଜ ଘୋଷଣା ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ I ଅନ୍ୟପକ୍ଷରେ ରାଜ୍ୟ ସରକାର ବାତ୍ୟା କ୍ଷୟକ୍ଷତିକୁ ନେଇ କୌଣସି ନିର୍ଦ୍ଧିଷ୍ଟ ଦାବି କରିନାହାଁନ୍ତି I ସପ୍ତାହକ ଭିତରେ ପ୍ରାଥମିକ ଆକଳନ ରିପୋର୍ଟ ଆସିବା ପରେ କେନ୍ଦ୍ରକୁ ଜଣାଇ ଦିଆଯ଼ିବ I କିନ୍ତୁ ଏଥରକ ୟାସକୁ ନେଇ ଯାହା କ୍ଷୟକ୍ଷତି ହୋଇଛି, ତାକୁ ଆମେ ମ୍ୟାନେଜ କରିଦେବୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଜଣାଇ ଦେଇଛନ୍ତି ରାଜ୍ୟ ସରକାର I ଆଜି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମକୁ ବାତ୍ୟା ମୁକାବିଲା ପାଇଁ ଦୀର୍ଘସୂତ୍ରୀ ବ୍ୟବସ୍ଥା ଦରକାର ବୋଲି କହିଛନ୍ତି I ଆଜି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏମିତି ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ପ୍ରତିବର୍ଷ ବାତ୍ୟା ଆସିବା ସ୍ବାଭାବିକ ଘଟଣା I ସମୁଦ୍ରକୂଳରେ ସାତ ଆଠ ମିଟର ଉଚ୍ଚାର ଜୁଆର ବି ଆସିବ I ମାତ୍ର ଏହାକୁ ମୁକାବିଲା କରିବା ପାଇଁ ଉପକୂଳ ଭିତ୍ତିଭୂମି ସୁଦୃଢ ହେବା ଦରକାର I ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରିବା ଆବଶ୍ୟକ I ଅଣ୍ଡର ଗ୍ରାଉଣ୍ଡ କେବଲିଂ ଓ ବିଦ୍ୟୁତ ବ୍ୟବସ୍ଥା ହେବା ଦରକାର I ଏହା ହେଲେ ବାତ୍ୟା ଆସିଲେ ଆଉ ସମସ୍ୟା ହେବନାହିଁ I

LEAVE A REPLY

Please enter your comment!
Please enter your name here