ଆସନ୍ତା ସେପ୍ଟେମ୍ବର 29 ତାରିଖରେ ଆଣ୍ଡାମାନ ସାଗର ନିକଟବର୍ତ୍ତି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ କରିଥିବା ଆକଳନ ଅନୁଯାୟୀ, ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଚବିଶ ଘଣ୍ଟା ଭିତରେ ଏହା ପୂର୍ବ-ଉତ୍ତର ଆଣ୍ଡାମାନ ସାଗର ତଥା ପାର୍ଶ୍ବବର୍ତ୍ତି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ସୃଷ୍ଟି ହେବା ପରେ ଏହା କ୍ରମଶଃ ପଶ୍ଚିମ-ଉତ୍ତର ଦିଗରେ ଗତି କରିବ । ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ମଧ୍ୟ ସମ୍ଭାବନା ରହିଛି । ମାତ୍ର ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସାଧାରଣତଃ ଅକ୍ଟୋବର ମାସରେ ଅଧିକ ସାମଦ୍ରିକ ଝଡ ଓ ବାତ୍ୟା ହୋଇଥାଏ । ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ସ୍ପଷ୍ଟ ହେବ । ସେହିପରି ବାତ୍ୟାର ରୂପ ନେଲେ ତାର ଗତି କଣ ରହିବ, ତାହା ସ୍ପଷ୍ଟ ଜଣାପଡିବ । ଏହା ଉପରେ ଭାରତୀୟ ପାଣିପାଗ ବିଭାଗ ସଂପୂର୍ଣ୍ଣ ନଜର ରଖିଛି ଏବଂ ବାତ୍ୟା ସଂକ୍ରାନୀୟ କୌଣସି ଗୁଜବରେ ବିଶ୍ବାସ ନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here