27 ଅଗଷ୍ଟ ରାତି 12.30 ରେ ଆକାଶରେ ସମସ୍ତଙ୍କୁ ଦୃଶ୍ୟମାନ ହେବ ଦୁଇଟି ଜହ୍ନଁ । ଏମିତି ଦୃଶ୍ୟ ଆଗକୁ 2287 ପର୍ଯ୍ୟନ୍ତ ଦେଖିବାକୁ ମିଳିବ ନାହିଁ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଛି, ଦୁଇଟି ଜହ୍ନଁ କେମିତି ? ସୌର ଜଗତରେ ଆଉ ଗୋଟେ ଚନ୍ଦ୍ର ଆସିବ କେଉଁଠୁ ? ବାସ୍ତବରେ ଦୃଶ୍ୟମାନ ହେବାକୁ ଏହି ଗୋଲାକୃତି ଜହ୍ନଁ ମଧ୍ୟରୁ ଗୋଟିଏ ଚନ୍ଦ୍ର ଓ ଅନ୍ୟଟି ମଙ୍ଗଳ ।

ଏ ବିଶ୍ୱରେ ଜୀବିତ ଥିବା ସମସ୍ତ ପ୍ରାଣୀ ପୂର୍ବରୁ କେବେ ବି ଏଭଳି ଦୃଶ୍ୟ ଦେଖିନଥିବେ । ଏ ସଂପର୍କିତ ଖବର ବର୍ତ୍ତମାନ ଇମେଲ ଓ ହ୍ୱାର୍ଟ୍ସ ଆପ୍ ରେ ବହୁ ମାତ୍ରାରେ ସେୟାର ହେବାକୁ ଲାଗିଛି । ଯଦି ଏଭଳି ଘଟଣାକୁ ବିଶ୍ୱାସ କରିବା ସହ ଦେଖିବା ପାଇଁ ଆପଣ ମନ ବଳାଉଛନ୍ତି ତେବେ ଆପଣଙ୍କ ଅପେକ୍ଷାର ଅନ୍ତ ନାହିଁ । କାରଣ ଏଭଳି ଖବରର କୌଣସି ସତ୍ୟତା ନାହିଁ ।  ସେୟାର କରାଯାଉଥିବା ଖବରର ଚିତ୍ରକୁ ଫଟୋସପ୍ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି । ଏଣୁ ଏଭଳି ଗୁଜବଠାରୁ ଦୂରେଇ ରୁହନ୍ତି ।

 

 

 

LEAVE A REPLY

Please enter your comment!
Please enter your name here