ନାଇଜେରିଆରେ ନିଆରା ପ୍ରଥା । ନାଇଜେରିଆରେ ଥିବା ବେବି ଫାର୍ମିଂର କାହାଣୀ ଶୁଣିଲେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ । ଏଠାରେ ଥିବା ୧୩ରୁ ୧୮ ବର୍ଷ ବୟସର କିଶୋରୀମାନଙ୍କୁ ଡରାଇ ଧମକାଇ ଗର୍ଭବତି କରାଯାଇଥାଏ । ଏମାନଙ୍କର ଯେଉଁ ସନ୍ତାନ ଜନ୍ମ ନେଇଥାନ୍ତି, ସେମାନଙ୍କୁ ଅଲଗା ଦେଶରେ ବିକ୍ରି କରାଯାଏ । ଅତ୍ୟନ୍ତ ଗରିବ ଦେଶ ହୋଇଥିବାରୁ ଏମିତି ଉପାୟକୁ ଏମାନେ ବାଛୁଛନ୍ତି ବୋଲି ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଛି । ଗର୍ଭବତି ଥିବା ସମୟରେ କିଶୋରୀଙ୍କ ଉପରେ କଡା ଦୃଷ୍ଟି ରଖାଯାଏ । ଏମିତିକି ଗର୍ଭରେ ଥିବା ଶିଶୁ ଉପରେ ଯେମିତି କିଛି ଆଞ୍ଚ ନଆସେ । ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଏ । ଏଠାରେ ଗର୍ଭପାତ ଆଇନ ବିରୋଧି ହୋଇଥିବାରୁ ଏହି କିଶୋରୀମାନେ ବାଧ୍ୟ ହୋଇ ସନ୍ତାନ ପ୍ରସବ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here