ବହୁତ ସମୟରେ ଆମେ ଲଞ୍ଚ କିମ୍ବା ଡିନର ପାଇଁ ବଡ ବଡ ହୋଟେଲ ଓ ରେସ୍ତୋରାଁ ଯାଇଥାଉ ଓ ସାଧାରଣଭାବେ ସମସ୍ତେ ତନ୍ଦୁରି ଖାଇବାକୁ ପସନ୍ଦ କରିଥାନ୍ତି.ହେଲେ ଆପଣ ଜାଣିଛନ୍ତି କି, ଖାଉଥିବା ତନ୍ଦୁରି ଆପଣଙ୍କ ଶରୀରପାଇଁ କେତେ କ୍ଷତିକାରକ. ହଁ, ଏ କଥା ଶୁଣି ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ. ତନ୍ଦୁରିକୁ ତିଆରି କରିବା ପାଇଁ ବହୁତ ସମୟ ପର୍ଯ୍ୟନ୍ତ ଏହାକୁ କାଠ ନିଆଁ ଓ କୋଇଲା ନିଆଁରେ ପକାଯାଏ ଯାହା ହୃଦରୋଗର କାରଣ ହୋଇଥାଏ ବୋଲି ଏକ ରିପୋର୍ଟରୁ ଜଣାପଡିଛି, ଏବଂ ଏହା ଦ୍ୱାରା କାର୍ଡିଓ ବ୍ୟାସକ୍ୟୁଲାର ଡିଜିଜର ଭୟ ମଧ୍ୟ ରହିଥାଏ. ସେଥିପାଇଁ କୋଇଲା ଓ କାଠ ବଦଳରେ ଇଲେକ୍ଟ୍ରୋନିକ କିମ୍ବା ଗ୍ୟାସ ଚୁଲା ବ୍ୟବହାର କରିବା ପାଇଁ ବ୍ରିଟେନ ଅକ୍ସଫୋର୍ଡ ୟୁନିଭରସିଟିର ଡେରିକ ବେନେଟ କହିଛନ୍ତି.