ଅଭିନେତ୍ରୀ ସନ୍ନି ଲିଓନୀଙ୍କ ଉପରେ ତିଆରି କରାଯାଇଥିବା ବାୟୋପିକ ସିରିଜ୍ ‘karenjit kaur- The untold story of Sunny Leone’ ର ଟ୍ରେଲର ରିଲିଜ ହୋଇଛି. ତେବେ ଏହାର ପ୍ରଥମ ସିରିଜରେ ସନ୍ନିଙ୍କ ଜୀବନର ଆରମ୍ଭକୁ ଦେଖାଯାଇଥିବା ବେଳେ ଏହାର ଦ୍ୱିତୀୟ ସିରିଜରେ ସନ୍ନି ଓ ତାଙ୍କ ପରିବାର କରିଥିବା ସଂଘର୍ଷକୁ ଚିତ୍ରିତ କରାଯାଇଛି. ସନ୍ନି ଜଣେ ସାଧାରଣ ଝିଅରୁ କିପରି ଆଡଲ୍ଟ ଷ୍ଟାର ବନୁଛନ୍ତି ଏବଂ ଏଥିପାଇଁ ତାଙ୍କ ପରିବାରକୁ କେଉଁସବୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି ତାହାକୁ ଦ୍ୱିତୀୟ ସିରିଜରେ ଦେଖାଯାଇଛି. ସନ୍ନିଙ୍କ ପରିବାର କିପରି ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଯେଉଁଥିପାଇଁ ତାଙ୍କ ମାଙ୍କୁ ମଦର ସାହାରା ନବାକୁ ପଡୁଛି ଓ ପରେ ସନ୍ନି କିଭଳି ତାଙ୍କ ପରିବାରକୁ ଏକାଠି କରୁଛନ୍ତି ତାହାର ଝଲକ ଏହି ଦ୍ୱିତୀୟ ସିରିଜରେ ଦେଖିବାକୁ ମିଳିବ.

LEAVE A REPLY

Please enter your comment!
Please enter your name here