ଓଡିଆ ଅର୍ଥନୀତିଜ୍ଞ ସତ୍ୟ ତ୍ରିପାଠୀଙ୍କୁ ଜାତିସଂଘର ଆସିଷ୍ଟାଣ୍ଟ ସେକ୍ରେଟାରୀ ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହିତ ସେ ନୁ୍ୟର୍କ ସ୍ଥିତ ଜାତିସଂଘ ପରିବେଶ କାର୍ଯ୍ୟାଳୟର ମୁଖ୍ୟଭାବେ ମଧ୍ୟ କାର୍ଯ୍ୟ କରିବେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀ ତ୍ରିପାଠୀ ୨୦୧୭ ପରଠାରୁ ୟୁଏନଇପିର ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟ କରି ଆସୁଛନ୍ତି । ସେ ୧୯୯୮ଠାରୁ ଜାତିସଂଘର ବିଭିନ୍ନ ମାନବିକ ଅଧିକାର , ଗଣତାନ୍ତ୍ରିକ ସରକାର, ନିରନ୍ତର ବିକାଶ ପ୍ରଭୃତି କ୍ଷେତ୍ରରେ କାର୍ଯ୍ୟ କରି ଆସିଛନ୍ତି । ଜାତିସଂଘର ସର୍ବୋଚ୍ଚ ତୃତୀୟ ପ୍ରମୁଖ ପଦବୀରେ ଏବେ ସେ ଅବସ୍ଥାପିତ.

LEAVE A REPLY

Please enter your comment!
Please enter your name here