ଗିରଫ ହେଲେ ଥାନା ବାବୁ ।ଥାନା ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ୩୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଗୋପ ଥାନା ଆଇଆଇସି ସୁନିଲ ସୋମ୍ୟଜିତ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏକ ମାରପିଟ କେସର ସମାଧାନ ପାଇଁ ଗୋପ ଥାନା ନଇରା ଶାସନ ଗାଁର ଅକ୍ଷୟ ଏବଂ ଶିବ ପ୍ରସାଦ ଠାରୁ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଉଭୟ ପୂର୍ବରୁ ୨୦୦୦ ଟଙ୍କା ଦେଇଥିବାବେଳେ ପରେ ଆଉ ୩୦୦୦ ଦେବାବେଳେ ଭିଜିଲାନ୍ସ ସହିତ ଯୋଗାଯୋଗ କରିଥିଲେ । ଆଜି ବାକି ୩୦୦୦ ଟଙ୍କା ପ୍ରଦାନ କରିବା ସମୟରେ ଭିଜିଲାନ୍ସ ଟିମ୍ ଗୋପ ଥାନା ଅଧିକାରୀଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here