ପୁରୀ- ନବଜାତ ଶିଶୁମାନଙ୍କୁ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ନିମୋକୋକାଲ କଞ୍ଜୁକେଟ ଟୀକା (ପି.ସି.ଭି.) ପ୍ରଦାନ ଅଭିଯାନ ଆଜି ରାଜ୍ୟରେ ଆରମ୍ଭ ହୋଇଛି । ପୋଲିଓ, ଟି.ବି ଓ ଜଣ୍ତିସ୍ ଭଳି ନିୟମିତ ଟୀକାକରଣ ଅଭିଯାନରେ ଏହାକୁ ସାମିଲ କରାଯାଇଛି । ନବଜାତ ଶିଶୁ ମାନଙ୍କୁ ଦେଢ ମାସ, ସାଢେ ତିନି ମାସ ଓ ନ’ ମାସରେ ତିନି ଥର ଏହି ଟୀକା ପ୍ରଦାନ କରାଯିବ । ଏହାଦ୍ବାରା ନିମୋକୋକଲ ରୋଗରୁ ଶିଶୁମାନଙ୍କୁ ଦୂରେଇ ରଖା ଯାଇପାରିବ । ନିମୋନିଆ ଓ ଡାଏରିଆରେ ନବଜାତ ଶିଶୁ ମୃତ୍ୟୁହାର ଅଧିକ ଥିବାରୁ ଏହି ଟୀକା ନିମୋକୋକସ ଜୀବାଣୁ ଠାରୁ ଦୂରେଇ ରଖିବାରେ ସହାୟକ ହେବ । ଏହି ଅବସରରେ ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ, ସାଂସଦଙ୍କ ପ୍ରତିନିଧି ଶ୍ରୀ ଘନଶ୍ଯାମ ମର୍ଦ୍ଦରାଜ, ସିଡିଏମ୍ଓ ଡଃ ସୁଜାତା ମିଶ୍ର, ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲ ଅଧ୍ୟକ୍ଷା ଡଃ ମାୟା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here