ବରିଷ୍ଠ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବକ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚା । ରାଜନୀତି ବି ସରଗରମ । ଗତକାଲି କଟକରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସୌମ୍ୟ କହିଛନ୍ତି , ପ୍ରଶାସକ ଓ ରାଜନେତାମାନେ ଶାସକଙ୍କର ଦୁଇଟି ଆଖି ଭଳି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗୋଟିଏ ଆଖି ବବି ଓ ଅନ୍ୟଟି ପାଣ୍ଡିଆନ ବୋଲି ସେ କହିଛନ୍ତି । ଏହି ଦୁଇଟି ଆଖିରେ ମୁଖ୍ୟମନ୍ତ୍ରୀ ଯାହା ଦେଖିବେ ତାହା ତାଙ୍କ ପାଇଁ ଦୁନିଆ ହେବ । ଯଦି କୌଣସି କାରଣରୁ ନିଜ ନିଜ ସ୍ୱାର୍ଥରୁ ଏ ଆଖି ଗୁଡିକ ଅଲଗା କଥାକୁ ଦେଖିବାକୁ ଚେଷ୍ଟା କଲେ , କାଉ କୁ ଧଳା ବୋଲି କହିବାକୁ ଚେଷ୍ଟା କଲେ ଏବଂ ମଣିମା ଯଦି କହିଲେ କାଉଟି ଧଳା ହେବାକୁ ଆରମ୍ଭ କଲାଣି । ତେବେ ନିଶ୍ଚିତ ଭାବରେ ଶାସନରେ ବିଭ୍ରାଟ ଉପୁଜିବ । ଏହି ଆଖି ଦୁଇଟି ଯେ ସବୁବେଳେ ସତକଥା କହିବେ ସେଥିରେ ଗ୍ୟାରେଣ୍ଟି ନାହିଁ । ତେଣୁ ଚାଲାକ ଚତୁର ଶାସକ ମାନଙ୍କୁ ତୃତୀୟ ନୟନର ଆବଶ୍ୟକତା ପଡିଥାଏ ବୋଲି ସୌମ୍ୟ କହିଛନ୍ତି ।
ପୂର୍ବରୁ ରାଜ୍ୟରେ ପ୍ରକୃତ କୋଭିଡ ମୃତ୍ୟୁସଂଖ୍ୟାକୁ ନେଇ ସୌମ୍ୟଙ୍କ ଏକ ସମ୍ପାଦକୀୟ ରାଜ୍ୟରେ ରାଜନୀତିକୁ ସରଗରମ କରିଥିଲା । ସତ୍ୟ ତଥ୍ୟ ଦେଲେ କଣ ଅସୁବିଧା ଥିଲା ବୋଲି ସମ୍ପାଦକୀୟରେ ଲେଖିଥିଲେ ସୌମ୍ୟ ।

LEAVE A REPLY

Please enter your comment!
Please enter your name here