ବିଜେଡି-ବିଜେପିର ଭିତିରି ସଂପର୍କ ଓଡିଆ ଢଗ ‘ଲୁଚିଛି ନା, ଗୋଡ ଦିଟା ଦିଶୁଛି’ କୁ ପୁରା ଖାପ ଖାଉଛି. କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ବ କଥା କହୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯେ ପଦ୍ମ ଭିତରେ ପଶିକି ରହିଛନ୍ତି, ତାହା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରୁ ପୁଣିଥରେ ସ୍ପଷ୍ଟ ହୋଇଯାଇଛି. ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜେଡିୟୁ ହରିବଂଶଙ୍କୁ 125ଟି ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ହରିପ୍ରସାଦଙ୍କୁ 105 ଖଣ୍ଡ ଭୋଟ ମିଳିଛି. ଅତଏବ ବିଜେଡି ସମର୍ଥନରେ ଏନଡିଏ ପ୍ରାର୍ଥୀ ହରିବଂଶ ବିଜୟ ଲାଭ କରିଛନ୍ତି.

ହୁଏତ ରାଜନୀତିକ ଶତ୍ରୁଙ୍କୁ ପାନେ ଦେବା ପାଇଁ ବିଜେଡି ହାତରେ ଏଇଟା ଗୋଟେ ସୁଯୋଗ ଥିଲା. ମାତ୍ର ନବୀନ ସେମିତି କିଛି କଲେନାହିଁ. ବରଂ ସମର୍ଥନ ଦେଇ ପଦ୍ମ ସହ ସଂପର୍କକୁ ଆହୁରି ମଜଭୁତ କରିଦେଇଛନ୍ତି. ଆଉ ମିଛ ଲୁଚାଇବା ପାଇଁ ଦିନତମାମ ବିଜେଡି ବାବୁମାନେ ବହୁତ କସରତ କରିଛନ୍ତି. ତିନିତୁଣ୍ଡରେ ଛେଳି କୁକୁର ନ୍ୟାୟରେ ଦଳ ପକ୍ଷରୁ ଲିଖିତ ସ୍ପଷ୍ଟିକରଣ ଦିଆଯିବା ପରେ ବି ସାମ୍ବାଦିକ ସମ୍ମିଳନୀ କରି ଏନଡିଏ ଅଂଶୀଦାର ଦଳ ଜେଡି ୟୁ ସମଭାବାପନ୍ନ ଦଳ କହି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି. 18 ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ନେତାଙ୍କୁ ପଦ୍ମଫୁଲ ଏମିତି ସିବିଆଇ ଗଦ ଶୁଙ୍ଘେଇଛିଯ଼େ, ଯେତେ ଯାହା କହିଲେ ବି ସେମାନଙ୍କୁ କେନ୍ଦ୍ର ବୋଲ ମାନିବାକୁ ପଡିବ. ନହେଲେ ସର୍ବନାଶ. ଏକଥା ବିଜେଡି ଓ ବିଜେପି ଉଭୟ ଜାଣିଛନ୍ତି. ତେଣୁ ଗୋଟିଏ ପଟେ ରାଜ୍ୟରେ ବିଜେପି ନେତାମାନେ ବିଜେଡି ନେତାଙ୍କ ଗୋହି ଖୋଳିବା ସହ ନବୀନଙ୍କ କୁତ୍ସାରଟନା କରୁଥିବା ବେଳେ ଦିଲ୍ଲୀରେ ନବୀନ ନସରପସର ହୋଇ ପଦ୍ମଫୁଲ ଭିତରେ ପଶିଯାଉଛନ୍ତି. ବାହାରକୁ ଖାଲି ଭେଳିକି ଦେଖାଇ କଂଗ୍ରେସ ଓ ବିଜେପି ଠାରୁ ତାଙ୍କ ଦଳ ସମଦୂରତା ବଜାୟ ରଖିବା କଥା କହୁଛନ୍ତି. ନବୀନଙ୍କ ସମର୍ଥନ ପ୍ରତିଦାନରେ ବିଜେପିର ମୋଦୀ-ଶାହା ଯୋଡି ବି 2019 ନିର୍ବାଚନରେ ବିଜେଡି ରାସ୍ତାରେ କଣ୍ଟା ହେବେନାହିଁ. ଉପରକୁ ବିରୋଧ କଲେ ମଧ୍ୟ ନବୀନ ପୁଣି କେମିତି କ୍ଷମତାକୁ ଫେରିବେ, ସେଥିପାଇଁ ଗଣିତ ପ୍ରସ୍ତୁତ କରାଯାଇଛି. ବିଜେଡି-ବିଜେପି ସଂପର୍ନକର ନୂଆ ଫର୍ମୁଲାରେ ପଦ୍ଶ ଶାହାଙ୍କ 120 ମିଶନ ଖତ ହୋଇଗଲାଣି. ଏବେ ଏକମାତ୍ର ଏଜେଣ୍ଡା, ମୁଣ୍ଡ ଟେକୁଥିବା କଂଗ୍ରେସକୁ ପୁଣି କେମିତି ମାଟି କାମୁଡାଇ ତଳେ ପକାଯିବ.

LEAVE A REPLY

Please enter your comment!
Please enter your name here