ଟିକଟକ୍ ସୁଟିଂ କରିବା ପାଇଁ ସାଙ୍ଗମାନଙ୍କ ସହ ଜଣେ ଯୁବତୀ ପହଞ୍ଚିଥିଲେ ପାର୍କରେ । ସ୍ବାଧୀନତା ଦିବସ ଅବସରରେ ଖୁସି ମନାଇବା ସହ ଭିଡିଓ ସୁଟିଂ କରୁଥିଲେ । ମାତ୍ର ଯୁବତୀ ଟିକଟକ୍ ଭିଡିଓ ସୁଟିଂ ଆରମ୍ଭ କଲାବେଳକୁ ଜଣଙ୍କ ପରେ ଜଣେ ଯୁବକ ପାର୍କ ଭିତରେ ଯୁବତୀଙ୍କ ଟିକଟକ୍ ଭିଡିଓ ସୁଟିଂ ଦେଖିବା ପାଇଁ ଏକାଠି ହୋଇଯାଇଥିଲେ । ମାତ୍ର କିଛି ସମୟ ପରେ ଦର୍ଶକ ଯୁବକଙ୍କ ସଂଖ୍ୟା ବଡିବାରେ ଲାଗିଲା, ଆଉ ଟିକଟକ୍ ସୁଟି କରିବାକୁ ଯାଇଥିବା ଯୁବତୀ ଓ ତାଙ୍କ ସାଙ୍ଗମାନଙ୍କ ସହ ଆରମ୍ଭ ହୋଇଯାଇଥିଲା ଅସଦାଚରଣ ।

ଯିଏ ଯେମିତି ପାରିଲା, ସେମିତି ଦୁର୍ବ୍ୟବହାର କରିବାକୁ ଲାଗିଲା । ଯୁବତୀଙ୍କ ଦେହରୁ କପଡା ଫାଡି ନେଇଗଲେ । ଶହ ଶହ ଯୁବକଙ୍କ ଦ୍ବାରା ଯୌନ ଉତ୍ପୀଡନର ଶୀକାର ହୋଇଥିଲେ ଏହି ଯୁବତୀ ଓ ତାଙ୍କ ସାଥୀ । ଏଭଳି ଯୌନ କେଳେଙ୍କାରୀ ଘଟଣା ଘଟିଛି ପାକିସ୍ଥାନର ଲାହୋର ସହରରେ । ସୋସିଆଲ ମିଡିଆରେ ପାକିସ୍ଥାନର ଏହି ଘଟଣା ଭାଇରାଲ ହେବାରେ ଲାଗିଛି । ତେବେ ଯୁବତୀ ଜଣକ ନିକଟସ୍ଥ ପୋଲିସ ଷ୍ଟେସନରେ ଏତଲା ଦେବା ପରେ ପୋଲିସ ଦୁଷ୍କର୍ମକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି ।

ଲାହୋର ସହରରେ ଏଭଳି ଘଟଣା ଘଟିବା ପରେ ଆଉ ଏକ ଭିଡିଓ ଭାଇରାଲ ହୋଇଛି, ଯାହା ସମସ୍ତଙ୍କୁ ଚକିତ ଓ ଲଜ୍ଜିତ କରିଛି । ଏ ଘଟଣା ମଧ୍ୟ ଅଗଷ୍ଟ 14 ତାରିଖ ଅର୍ଥାତ ପାକିସ୍ତାନ ସ୍ବାଧୀନତା ଦିବସ ଦିନ ହିଁ ହୋଇଛି । ଗୋଟିଏ ଖୋଲା ରିକ୍ସାରେ ଦୁଇଜଣ ଯୁବତୀ ଓ ଜଣେ ଶିଶୁ ବସିଥିବାର ଦେଖାଯାଉଛି । ରିକ୍ସାର ଚାରିପାଖରେ କାର୍ ଓ ବାଇକରେ ଯୁବକମାନେ ପାକିସ୍ତାନ ଜାତୀୟ ପତାକା ଧରି ଯାଉଥିବା ଲକ୍ଷ କରାଯାଉଛି । ହଠାତ ଜଣେ ଯୁବକ ରିକ୍ସା ଉପରକୁ ଉଠିଯାଇ ଯୁବତୀଙ୍କ ଗାଲକୁ କିସ୍ କରୁଛି । ମାତ୍ର କେହି କିଛି ବିରୋଧ କରୁନାହାଁନ୍ତି । ଯୁବତୀ ଜଣଙ୍କ ତାଙ୍କ ଚପଲ କାଢି ବାଇକରେ ଯାଉଥିବା ଯୁବକଙ୍କୁ ବାଡେଇବାକୁ ଉଠାଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପାକିସ୍ତାନରେ ଯୁବତୀଙ୍କ ସମ୍ମାନ ଓ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here