୧୫୦ ଜଣଙ୍କୁ ଉଠାଇନେଲେ ତାଲିବାନ । କାବୁଲରୁ ୧୫୦ ଜଣଙ୍କୁ ତାଲିବାନି ଆତଙ୍କି ଉଠାଇ ନେଇଥିବା ସୂଚନା ମିଳିଛି । ୧୫୦ ଜଣଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା ଜଣାପଡିଛି । ଭାରତୀୟ ଥିବା ନେଇ ବିଦେଶୀ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିବା ପରେ ଭାରତ ପକ୍ଷରୁ ତାଲିବାନ ସହ ଯୋଗାଯୋଗ କରାଯାଉଛି । ତେବେ ତାଲିବାନ ଉଠାଇ ନେଇଥିବା ସମସ୍ତ ଭାରତୀୟ ସୁରକ୍ଷିତ ଥିବା କୁହାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ କାବୁଲରୁ 50 ଜଣ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ବାୟୁସେନା ବିମାନ ତାଜିକସ୍ଥାନର ଦୁସାନବେ ଏୟାରପୋର୍ଟରେ ଅବତରଣ କରିବାର କିଛି ସମୟ ପରେ କାବୁଲ ଏୟାରପୋର୍ଟ ବାହାରେ ଅପେକ୍ଷା କରି ରହିଥିବା ଭାରତୀୟଙ୍କୁ ତାଲିବାନ ଉଠାଇ ନେଇଥିଲେ । ସେମନାଙ୍କୁ ଟ୍ରକରେ ନିକଟସ୍ଥ ଥାନାକୁ ନିଆଯାଇ ପଚରାଉଚରା କରାଯାଇଥିବା ଜଣାପଡିଛି । ତେବେ ଭାରତୀୟଙ୍କୁ ଅପହରଣ କରାଯାଇଥିବା ସଂପର୍କରେ ପ୍ରଥମେ ସମ୍ବାଦ ପ୍ରସାରିତ ହେବା ପରେ ତାଲିବାନ ଏହାକୁ ଖଣ୍ଡନ କରିଛନ୍ତି । ବରଂ ଭାରତୀୟଙ୍କ ପାସପୋର୍ଟ ଓ ଅନ୍ୟାନ୍ୟ ଡକୁମେଣ୍ଟ ଯାଞ୍ଚ କରାଯାଇଥିବା କୁହାଯାଇଛି । ଆଫଗାନିସ୍ଥାନର ବିଭିନ୍ନ ସହରରେ ପ୍ରାୟ ଏକ ହଜାର ଭାରତୀୟ ଫସି ରହିଥିବା ଜଣାପଡିଛି ଏବଂ ପର୍ଯ୍ୟାୟକ୍ରମେ ସମସ୍ତ ଭାରତୀୟଙ୍କୁ ଆଫଗାନିସ୍ଥାନରୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ଭାରତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here