ଦେଢବର୍ଷର ଅପେକ୍ଷା ପରେ ମୁଁ ସ୍କୁଲ ଆସିଛି । ମୋ ସାଙ୍ଗ ସହ ଦେଖା ହୋଇ ବେଶ୍ ଖୁସି ଲାଗୁଛି । ସ୍କୁଲ ଡେସ୍କରେ ବସିବା, ଆଉ ସ୍କୁଲ ପରିସର ବୁଲି ବେଶ୍ ଖୁସି ଅନୁଭବ କରୁଛି ଆୟେଶା । ଅନଲାଇନ୍ କ୍ଲାସରେ ସାଙ୍ଗମାନଙ୍କୁ ଦେଖୁଥିଲେ ସତ କିନ୍ତୁ ଆଜି ପାଖରେ ସାଙ୍ଗକୁ ପାଇ ବେଶି ଖୁସି ଜଣାପଡୁଛି ଆୟେଶା । ପିଲାଙ୍କୁ ସ୍କୁଲରେ ଖୁସି ହେଉଥିବାର ଦେଖି ବାପା-ମା’ ବି ଖୁସି । କିନ୍ତୁ ଆଗ ଅପେକ୍ଷା ଏବେ ଟିକେ ସତର୍କତାର ସହ ସ୍କୁଲ ଯିବାକୁ ପଡୁଛି । ଯେମିତିକି ହ୍ୟାଣ୍ଡ ସାନିଟାଇଜର, ମାସ୍କ ଏବଂ ସାମାଜିକ ଦୂରତା ବଜାୟ ରଖି ପିଲାମାନେ ସ୍କୁଲ ବାହାରିବେ । ଦେଶରେ କିଛି ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ପଡିଥିବା ସ୍କୁଲ ଆଜିଠାରୁ ଖୋଲିଛି । ପ୍ରାୟ ଦେଢବର୍ଷ ପରେ ଆଜି ପ୍ରଥମ ଥର ମଧ୍ୟପ୍ରଦେଶ ଜବଲପୁରରେ ପିଲାମାନେ ସ୍କୁଲ ପହଁଞ୍ଚିଛନ୍ତି । ନୂଆ ନିୟମ ଅନୁଯାୟୀ, ପ୍ରତି କ୍ଲାସ ରୁମରେ ୫୦ ପ୍ରତିଶତ କ୍ଷମତାରେ ଛାତ୍ରଛାତ୍ରୀ ବସିବେ । ପ୍ରତିଟି କ୍ଲାସରେ ସାମାଜିକ ଦୂରତା ପାଇଁ ଭିନ୍ନ ଭିନ୍ନ ସମୟର ଫର୍ମୁଲା ରହିବ ।

LEAVE A REPLY

Please enter your comment!
Please enter your name here