ବିଧାନସଭାରେ ହୋ ହଲ୍ଲା ଭିତରେ ଚାରିଟି ସଂଶୋଧନ ବିଲ୍ ପାରିତ ହୋଇଛି । ଓଡିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍ ୨୦୨୧, ଓଡିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ୍‌, ଓଡିଶା ଗୃହ ବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ୍‌, ଓ ଭାରତୀୟ ଷ୍ଟାମ୍ପ ସଂଶୋଧନ ବିଲ୍ ପାରିତ ହୋଇଛି । ଓଡିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍ ୨୦୨୧ ଆଇନ ଅନୁସାରେ, ଅନୁସୁଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ତେବେ ପଛୁଆ ବର୍ଗଙ୍କ ପାଇଁ ପଞ୍ଚାୟତରାଜ ବ୍ୟବସ୍ଥାରେ ୨୭ ପ୍ରତିଶତ ସଂରକ୍ଷଣ ରହିବ । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଅନୁସୁଚିତ ଜାତି ଓ ଜନଜାତିଙ୍କ ପାଇଁ ଆବଶ୍ୟକସଂଖ୍ୟକ ସଂରକ୍ଷଣ ହେବା ପରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ମଧ୍ୟରେ ସଂରକ୍ଷଣ ବ୍ୟବସ୍ଥା ରହିବ ।

LEAVE A REPLY

Please enter your comment!
Please enter your name here