ଭୁବନେଶ୍ୱର : ଭୁବନେଶ୍ବର ପାଣିପାଗ ବିଭାଗ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ନେଇ ସତର୍କତା ଜାରି କରିଛି । ଶୁକ୍ରବାର ଓ ଶନିବାର ଅର୍ଥାତ 26 ଓ 27 ତାରିଖରେ ରାଜ୍ୟର ଅଧିକାଂଶ ଅଞ୍ଚଳ ପାଇଁ ରେଡ୍ ଓ୍ବାଣିଂ ଜାରି କରିଛି ବିଭାଗ । ଆସନ୍ତାକାଲି ଶୁକ୍ରବାର ଦିନ ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ି ଜିଲ୍ଲାରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଆଶଙ୍କା ଥିବାରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଶନିବାର ଦିନ ଅର୍ମାଥାତ 27 ତାରିଖରେ ଭୁବନେଶ୍ବର ସମେତ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।
ଓଡ଼ିଶାରେ ଆହୁରି ଏକ ସପ୍ତାହ କିମ୍ବା ୧୦ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ଏନ୍‌ଭାଇରନ୍‌ମେଂଟ ଆଣ୍ଡ କ୍ଲାଇମେଟ (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଏହି ତଥ୍ୟାନୁଯାୟୀ ଉତର ଓଡ଼ିଶାରେ ଦିନର ତାପମାତ୍ରା ସର୍ବାଧିକ ୪୩ ରୁ ୪୫ ଡିଗ୍ରୀ ସେଲ୍‌ସିୟସ୍ ରହିବାର ସମ୍ଭାବନା ଥିବା ବେଳେ ଦକ୍ଷିଣ ଓଡ଼ିଶାରେ ୪୧ ରୁ ୪୩ ଡିଗ୍ରୀ ରହିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି । ଡକ୍ଟର ସାହୁ କହିଛନ୍ତି ଯେ ପାକିସ୍ତାନ ଏବଂ ଆଫଗାନିସ୍ତାନରେ କ୍ରମାଗତ ପାଣିପାଗରେ ପରିବର୍ତନ ହେବା ଦ୍ୱାରା ଅତ୍ୟଧିକ ବର୍ଷା ଲାଗି ରହିଥିବାରୁ ଭାରତର ପାଣିପାଗ ଉପରେ ପ୍ରଭାବ ପଡ଼ୁଛି । ଏହା ଯୋଗୁଁ ମଧ୍ୟ ଭାରତରେ ବର୍ଷା ହେବା ଭଳି ଅନୁକୂଳ ପରିସ୍ଥିତି ସୃଷ୍ଟି ହେଉନାହିଁ ଏବଂ ପୂର୍ବ ଭାରତକୁ ଶୁଷ୍କ ଉତର-ପଶ୍ଚିମ ଦିଗରୁ ଉତପ୍ତ ପବନର ପ୍ରବାହ ଯୋଗୁଁ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ର ତାପ ଜାରି ରହୁଛି ବୋଲି ଡକ୍ଟର ସାହୁ କହିଛନ୍ତି । ପାକିସ୍ଥାନ ଏବଂ ଏହାର ଆଖପାଖ ଅଂଚଳର ପାଣିପାଗ ଧୀରେ ଧୀରେ ପୂର୍ବ ଭାରତ ଆଡ଼କୁ ମୁହାଁଇବା ଦ୍ୱାରା ଓଡ଼ିଶାରେ ମେ ୧ ତାରିଖ ବେଳକୁ ଉପକୂଳ ଏବଂ ଏହାର ନିକଟବର୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ହ୍ରାସ ପାଇପାରେ । ତେବେ ମେ ୪ ବେଳକୁ ତାପମାତ୍ରା ପୁଣି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here