ଯୁଆଡେ ଦେଖିବ ପାଣି । ପାଣିରେ ଉବୁଟୁବୁ ହେଉଛି ଦିଲ୍ଲୀ ଏୟାରପୋର୍ଟ । ଫଳରେ ବିମାନ ସେବା ବ୍ୟାହତ ହୋଇଥିବା ଯାତ୍ରୀମାନେ ଏୟାରପୋର୍ଟରେ ଅପେକ୍ଷା କରି ରହିଛନ୍ତି ।

ଗତ ଶୁକ୍ରବାର ଦିନ ଦିଲ୍ଲୀରେ 1000 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଦିଲ୍ଲୀରେ ଏତେ ପରିମାଣର ବର୍ଷା 46 ବର୍ଷ ପରେ ରେକର୍ଡ କରାଯାଇଛି । 1975ରେ ଦିଲ୍ଲୀରେ 1150 ମିଲିମିଟର ବର୍ଷା ହୋଇଥିଲା । ହଠାତ ଏତେ ପରିମାଣର ବର୍ଷା ହେବା ଯୋଗୁ ଦିଲ୍ଲୀ ଏୟାରପୋର୍ଟରୁ ପାଣି ନିଷ୍କାସନ ହୋଇପାରି ନ ଥିଲା । ଫଳରେ ଜଳବନ୍ଦୀ ଭିତରେ ରହିଥିଲା ଏୟାରପୋର୍ଟ । ବିମାନବନ୍ଦର କତ୍ତୃପକ୍ଷ କେତେକ ବିମାନ ଚଳାଚଳକୁ ନିକଟସ୍ଥ ଏୟାରପୋର୍ଟକୁ ସ୍ଥାନାନ୍ତର କରିଛନ୍ତି ।

LEAVE A REPLY

Please enter your comment!
Please enter your name here