ବଡ ଧରଣର ଟ୍ରେନ ଦୂର୍ଘଟଣା । ମଧ୍ୟ ପ୍ରଦେଶର ଗୋଧରା ଓ ରତଲାମ୍ ମଧ୍ୟରେ ଥିବା ଲେଭଲ କ୍ରସିଂରେ ଏକ ଟ୍ରକ ତ୍ରିବେନ୍ଦ୍ରମ ରାଜଧାନୀ ଏକ୍ସପ୍ରେସକୁ ଜୋରରେ ଧକ୍କା ଦେଇଥିଲଶ । ଧକ୍କା ହେବା ପରେ ଟ୍ରେନର ଦୁଇଟି ଡବା ରେଳଧାରଣାରୁ ଖସିଯାଇଛି । ଏହି ଦୁର୍ଘଟଣା ଗୁରୁବାର ସକାଳ ପ୍ରାୟ ୬:୪୪ରେ ଘଟିଛି । ଚାନ୍ଦଲା ନିକଟରେ ସମପାର ଫାଟକରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଟ୍ରେନ୍ ଆସୁଥିବା ଯୋଗୁ ଫାଟକର ଗେଟ୍ ବନ୍ଦ ଥିଲା । କିନ୍ତୁ ଟ୍ରକଟି ଫାଟକ ଗେଟ୍ ଭାଙ୍ଗି ଚାଲି ଯାଇଥିଲା ଓ ଟ୍ରେନ୍ ସହିତ ଧକ୍କା ହୋଇଥିଲା । ଟ୍ରେନ୍ କୋଚ୍ ନମ୍ବର ୭ ଓ ୮ ମଝିରେ ଟ୍ରକଟି ବାଡେଇ ହୋଇଥିଲା । ଦୁର୍ଘଟଣାରେ ଟ୍ରକଟି ଭାଙ୍ଗିରୁଜି ଯାଇଥିବା ବେଳେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଟ୍ରେନ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଲାଇନ୍ଚ୍ୟୁତ ହୋଇଥିବା ଦୁଇଟି କୋଚ୍ର ଯାତ୍ରୀଙ୍କୁ ଅନ୍ୟ କୋଚ୍ରେ ବସାଯାଇଥିଲା । ପରେ ଟ୍ରେନ୍ ପୁଣି ଯାତ୍ରା ଆରମ୍ଭ କରିଥିଲ ।

LEAVE A REPLY

Please enter your comment!
Please enter your name here