କରୋନା ଜନ୍ମ ନେଇଥିବା ଚୀନରେ ପୁଣି ଫେରିଛି ଲକଡାଉନ୍ । ଚୀନର ଫୁଜିଆନ ପ୍ରଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବା ଆରମ୍ଭ କରିଛି । ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟ ଉତ୍ପାଦନ କରୁଥିବା ଜିଆମେନ୍ ସହରରେ କରୋନା ଭାଇରସ୍ ଚିହ୍ନଟ ହେବା ପରେ ସାରା ସହରକୁ ଲକଡାଉନ କରିଦିଆଯାଇଛି । ସହରର ଆବାସିକ ଅଞ୍ଚଳ, ମାର୍କେଟ, ଜିମ୍ ପ୍ରଭୃତି ସର୍ବସାଧାରଣ ସ୍ତାନକୁ ବନ୍ଦ କରିଦିଆଯାଇଛି । ଜଣେ ସ୍କୁଲ ଛାତ୍ରର ରୋଟିନ ଚେକଅପ ସମୟରେ କରୋନା ଡେଲଟା ଭାଇରସ୍ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲା । କିଛିଦିନ ତଳେ ସଂପୃକ୍ତ ଛାତ୍ର ବାପା ବିଦେଶରୁ ଫେରିଥିବା ଜଣାପଡିଛି । ତେବେ କରୋନା ସଂକ୍ରମଣ ରୋକିବାକୁ ସ୍ଥାନୀୟ ସରକାର ସହରକୁ ସଂପୂର୍ଣ୍ଣ ଲକ ଡାଉନ କରିବା ସହ ସହର ମଧ୍ୟକୁ ପ୍ରବେଶ ଓ ସହର ବାହାରକୁ ଯିବା ଉପରେ କଟକଣା ଜାରି କରିଛନ୍ତି ।

ପ୍ରଥମରୁ କରୋନା ଚୀନର ଉହାନ ସହରରୁ ଜନ୍ମ ନେଇଥିଲା ଏବଂ ହଜାର ହଜାର ଲୋକ ସଂକ୍ରମିତ ହେବାକୁ ଲାଗିଥିଲେ । ତେବେ ଚୀନ ସରକାର ଉହାନ ସହରକୁ ସଂପୂର୍ଣ୍ଣ ଲକ୍ ଡାଉନ କରି କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ସଫଳ ହୋଇଥିଲେ ହେଁ ସମଗ୍ର ବିଶ୍ବରେ କରୋନା ବ୍ୟାପୀଥିଲା ।

LEAVE A REPLY

Please enter your comment!
Please enter your name here