ଅଙ୍ଗନବାଡି ଦିଦିଙ୍କ ସମ୍ପତ୍ତି ୪ କୋଟି । କୁବେର ଦିଦି କବିତା ମାଥାନ ଏବେ ଅଟକ । ଭୁବନେଶ୍ୱର କୋରଡ କଣ୍ଟାର ଅଙ୍ଗନବାଡି ଦିଦି କବିତା ମାଥାନଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ଭୁବନେଶ୍ୱରରେ ଦିଦିଙ୍କର ୪ଟି କୋଠା ରହିଛି । ଗୋଟିଏ ଚାରି ମହଲା, ଗୋଟିଏ ତିନି ମହଲା, ଦୁଇଟି ଦୁଇ ମହଲା କୋଠା ରହିଛି । ଭୁବନେଶ୍ୱରରେ ୧୦ଟି ପ୍ଲଟ ସହ ମୋଟ୍ ୧୪ଟି ପ୍ଲଟ ଠାବ ହୋଇଛି । ଜଗତସିଂହପୁର ତଳକୁସୁମାରେ ତିନୋଟି ଓ ବାଲି ଅନ୍ତାରେ ଗୋଟିଏ ପ୍ଲଟ ରହିଛି । ଗୋଟିଏ କାର, ତିନୋଟି ଦୁଇ ଚକିଆ ଗାଡି , ୨ ଲକ୍ଷ ଟଙ୍କାର ବୀମା ଠାବ ହୋଇଛି । ଏହାସହ ଦିଦିଙ୍କ ଘରୁ ୬ ଲକ୍ଷ ୩୬ ହଜାର ମୂଲ୍ୟର ୨୧୨ ଗ୍ରାମ ସୁନା ମିଳିଛି । ଆଜି ଭିଜିଲାନ୍ସର ୧୦ ଡିଏସପି ଓ ୫ ଇନସ୍ପେକ୍ଟର ରେଡ୍ କରିଥିଲେ । ହେଲେ ଦିଦି କହୁଛନ୍ତି ମୁଁ ସିଙ୍ଗଡା, ବରା ବିକ୍ରୀ କରି ରୋଜଗାର କରିଛି ।

LEAVE A REPLY

Please enter your comment!
Please enter your name here