ଓଡିଶା ପୋଲିସ ହାତରେ ହାର୍ଡକୋର ମାଓବାଦୀ । ପୋଲିସ ଡିଜି ଅଭୟ ପ୍ରେସମିଟ୍ କରି ମାଓନେତା ଶଙ୍କରର ଗିରଫ ବାବଦରେ ସୂଚନା ଦେଇଛନ୍ତି । ଗିରଫ ମାଓନେତା ଜଣେ ହାର୍ଡକୋର ମାଓବାଦୀ । ଓଡିଶା ପୋଲିସ ହାତରେ ପ୍ରଥମ ଥର ପାଇଁ ଏମିତି ଜଣେ ହାର୍ଡକୋର ମାଓନେତା ଗିରଫ ହୋଇଛି । ଗିରଫ ମାଓବାଦୀ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ପୋଲିସ ଏବେ ଗିରଫ ମାଓବାଦୀକୁ କୋର୍ଟ ଚାଲାଣ କରିଛି । ରିମାଣ୍ଡରେ ଆଣିବା ପାଇଁ ପୋଲିସ କୋର୍ଟରେ ଆବେଦନ କରିବ ବୋଲି ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ୨୦୦୯ ନାଲକୋ ଆକ୍ରମଣ ଘଟଣାରେ ତାର ହାତ ଥିଲା । ୨୦୧୦ରେ ଗୋବିନ୍ଦପୁର ଲ୍ୟାଣ୍ଡମାଇନ୍ ବ୍ଲାଷ୍ଟରେ ତାର ହାତ ଥିଲା । ଗିରଫବେଳେ ତା ପାଖରୁ କିଛି ମାରଣାସ୍ତ୍ର ଜବତ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here