ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଆଜି ଆଉ 6ଟି ଗେଟ ଖୋଲିଛନ୍ତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ । ପୂର୍ବରୁ 12ଟି ଗେଟ ଖୋଲାଥିବା ବେଳେ ଆଜି ଆଉ 6ଟି ଗେଟ ଖୋଲାଯାଇଛି । ଗତ ଦୁଇଦିନର ଲଗାଣବର୍ଷା ଯୋଗୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ନିଶ୍ସିତ ହୋଇଛି । ଏବେ ମୁଣ୍ଡଳିରେ 6.4 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ତେବେ ହୀରାକୁଦ ଗେଟ ଖୋଲିବା ଯୋଗୁ ଜଳସ୍ତର ଆହୁରି ବଢିବା ନେଇ ଆଶଙ୍କା ଦେଖାଦେଇଛି । ମହାନଦୀ ଓ ଶାଖା ନଦୀଗୁଡିକରେ ମଧ୍ୟମ ଧରଣର ବନ୍ୟା ଆସିବ । ଆଖୁାଆପଦାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ଜଳସ୍ତର କମିବାରେ ଲାଗିଛି ବୋଲି ଏସଆରସି କହିଛନ୍ତି । ତେବେ ତଳିଆ ଅଞ୍ଚଳରେ ବନ୍ୟା ଜଳ ପଶିବା ସମ୍ଭାବନା ଦେଖାଦେଇଛି । ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି ବୋଲି ଏସଆରସି କହିଛନ୍ତି ।

ଅନ୍ୟପକ୍ଷରେ ଗତ ଦୁଇଦିନର ଲଗାଣ ବର୍ଷାରେ ରାଜ୍ୟରେ 21 ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । 126 ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଛି ।

ଆସନ୍ତା 17 ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ଥିବାରୁ ରାଜ୍ୟରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here