ଚଳିତବର୍ଷ ରାଜଧାନୀରେ ଦୀପାବଳିରେ ଫୁଟିବନି ବାଣ । ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି , ଯେ ଗତବର୍ଷ ବ୍ୟବସାୟୀଙ୍କ ଦ୍ୱାରା ବାଣ ଷ୍ଟକ୍ ହେବା ପରେ ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିଳମ୍ବରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ଯାହାଦ୍ୱାରା ବ୍ୟବସାୟୀଙ୍କ ଅନେକ କ୍ଷତି ମଧ୍ୟ ହୋଇଥିଲା। ଏଥର ସମସ୍ତ ବ୍ୟବସାୟୀଙ୍କ ଆବେଦନ କରୁଛୁ ଯେ ସଂପୂର୍ଣ୍ଣ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଏଥର କୌଣସି ପ୍ରକାର ସଂରକ୍ଷଣ କରନ୍ତୁ ନାହିଁ। ଚଳିତ ବର୍ଷ ଦୀପାବଳି ନଭେମ୍ବର ପ୍ରଥମ ସପ୍ତାହରେ ପଡ଼ୁଛି। ଆଉ ଦିଲ୍ଲୀରେ ସର୍ବଦା ବାୟୁ ପ୍ରଦୂଷଣ ଭଳି ସମସ୍ୟା ଦେଖା ଦେଇଥାଏ। କିନ୍ତୁ ଏଥର ସେଭଳି ପରିସ୍ଥିତିର କିପରି ସାମ୍ନା କରିବାକୁ ପଡ଼ିବନି, ସେଥିପ୍ରତି ଆଗକୁ ନିଷ୍ପତ୍ତି ନେଇଛନ୍ତି କେଜ୍ରିୱଲ ସରକାର ।

LEAVE A REPLY

Please enter your comment!
Please enter your name here