ଏସିଆନ ଗେମ୍ସରେ କ୍ରମାଗତ ଚତ୍ମକାର ପ୍ରଦର୍ଶନ କରି ଓଡିଆ ଝିଅ ଦୂତି ଚାନ୍ଦ ଭାରତକୁ ଗୌରବ ଆଣିଦେଇଛନ୍ତି । ୨୦୦ ମିଟର ଦୌଡରେ ଦୂତି ଚାନ୍ଦ ରୌପ୍ୟ ପଦକ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ସଂଶୋଧିତ କ୍ରୀଡା ପୁରସ୍କାର ନୀତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଦୂତି ଚାନ୍ଦଙ୍କୁ ଆଉ ଦେଢ କୋଟି ପୁରସ୍କାର ଘୋଷଣା କରିଛନ୍ତି । ଏଥିସହିତ ଦୂତିଙ୍କ ଆଗାମୀ ଅଲିମ୍ପିକ୍ସ ପ୍ରସ୍ତୁତି ନିମନ୍ତେ ଖର୍ଚ୍ଚ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି । ଉଲ୍ଲେଖଥାଉକି ଏଥିପୂର୍ବରୁ ଦୂତି ୧୦୦ ମିଟର ଦୌଡରେ ରୌପ୍ୟ ପଦକ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ଦେଢକୋଟି ଟଙ୍କା ରାଶି ଘୋଷଣା କରିଥିଲେ । ଏହି ଘୋଷଣାକୁ ନେଇ ଦୂତି ପ୍ରଥମେ ଅସନ୍ତୋଷ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here