ଆସନ୍ତାକାଲି ସନ୍ଧ୍ୟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ମିଆଁମାର ନିକଟବର୍ତ୍ତି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବା ପରେ ଏହା କ୍ରମଶଃ ଉପକୂଳ ଆଡକୁ ମୁହାଁଇବ । ଏହାର ପ୍ରଭାବରେ ଓଡିଶା ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମିଆଁମାର ନିକଟରେ ସୃଷ୍ଟ ଘୂର୍ଣ୍ଣବଳୟ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ 26 ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବାତ୍ୟା ଆସୁଥିବା ସଂପର୍କରେ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚାକୁ ନେଇ ଆଇଏମଡି ଡିଜି କହିଛନ୍ତି, ଏପର୍ଯ୍ୟନ୍ତ ବାତ୍ୟା ସଂପର୍କରେ କୌଣସି ସୂଚନା ନାହିଁ ।

LEAVE A REPLY

Please enter your comment!
Please enter your name here