କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଗିରଫ । ସୀତାପୁରରେ ଉତ୍ତର ପ୍ରଦେଶ ପୋଲିସ ଗିରଫ କଲା । ପ୍ରିୟଙ୍କାଙ୍କୁ ଗିରଫ ନେଇ କଂଗ୍ରେସ ନେତା ପି. ଚିତାମ୍ବରମଙ୍କ ସୂଚନା । ଭୋର ସାଢେ ୪ଟାରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ଏ ପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲାଣ କରାଯାଇନି କହିଲେ ଚିତାମ୍ବର । ଉତ୍ତରପ୍ରଦେଶରେ ଲଖିମପୁର ଖେରି ହିଂସାର ପୀଡିତଙ୍କୁ ଭେଟିବାକୁ ଆସିଥିବା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଉ ପୋଲିସ୍ ହେପାଜତରେ ନାହାଁନ୍ତି, ତାଙ୍କୁ ଗିରଫ କରାଯାଇଛି । ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଗିରଫ କରିବା ପରେ ସୀତାପୁରର PAC ଗେଷ୍ଟ ହାଉସରେ ପ୍ରିୟଙ୍କାଙ୍କୁ ରଖିଛି ପୋଲିସ୍ ।ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଧାରା ୧୫୧, ୧୦୭ ଏବଂ ୧୧୬ ଅନୁସାରେ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଏହି ଧାରା ଅଧୀନରେ ଗିରଫ କରାଯାଇଛି । ସୋମବାର ସକାଳରୁ ପ୍ରିୟଙ୍କା PAC ଗେଷ୍ଟ ହାଉସରେ ଅଛନ୍ତି । ଏହି ଗେଷ୍ଟ ହାଉସକୁ ଏକ ଅସ୍ଥାୟୀ ଜେଲରେ ପରିଣତ କରାଯାଇଛି ଏବଂ ପ୍ରିୟଙ୍କାଙ୍କୁ ଗିରଫ କରାଯାଇ ସେଠାରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here