ଟୋକିଓ ଅଲିମ୍ପିକରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କଲେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ବିଶ୍ବ ରାଙ୍କିଂ ଆଧାରରେ ଦୂତୀଙ୍କୁ ଚୟନ କରାଯାଇଛି । 100 ଓ 200 ମିଟର ଦୌଡ ବର୍ଗରେ ଭାଗ ନେବେ । ଦେଶର ସମ୍ମାନଜନକ ରାଜୀବଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ରାଜ୍ୟ ସରକାର ଦୂତୀ ଚାନ୍ଦଙ୍କ ନାଁ ସୁପାରିଶ କରିଛନ୍ତି । ଦୂତୀ ହେଉଛନ୍ତି ପ୍ରଥମ ଭାରତୀୟ, ଯିଏ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ 100 ମିଟର ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଖବର ଜାଣିବା ପରେ ଦୂତୀ ଖୁସି ପ୍ରକାଶ କରିଛନ୍ତି । ଓ୍ବାର୍ଲଡ ରାଙ୍କିଂରେ 100 ମିଟରରେ 40 ନମ୍ବରରେ ଏବଂ 200 ମିଟରରେ 50 ନମ୍ବରରେ ରହିଛନ୍ତି । ତେବେ ଟୋକିଓ ଅଲିମ୍ପିକ ପାଇଁ ସେ ତାଙ୍କର ଅଭ୍ୟାସ ଆରମ୍ଭ କରି ସାରିଛନ୍ତି ବୋଲି କହିଛନ୍ତି ।

ଯାଜପୁର ଜିଲ୍ଲାର ଚକା ଗୋପାଳପୁର ଗାଁରେ ବୁଣାକାର ପରିବାରରେ ଜନ୍ମ ଗ୍ରହଣ କରିଥିବା ଦୂତୀ ଦାରିଦ୍ର୍ୟର କଷାଘାତ ଭିତରେ ଆଗକୁ ବଢିଛନ୍ତି । ତାଙ୍କ ବଡ ଭଉଣୀ ସରସ୍ବତୀ ଚାନ୍ଦ ରାଜ୍ୟସ୍ତରୀୟ ଆଥଲେଟ ଭାବେ ସଫଳତା ହାସଲ କରିବା ତାଙ୍କୁ ପ୍ରେରଣା ଦେଇଥିଲା ଏବଂ 2006 ମସିହାରୁ ସେ ସ୍ପୋର୍ସ ହଷ୍ଟେଲରେ ରହି ତାଙ୍କର ଆଥଲେଟ୍ ଜୀବନ ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here