ଛୋଟ ପରଦାର ବିଗବସ୍-୧୨ ଏବେ ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହେବ । ଏଥିରେ ଦେଖିବାକୁ ମିଳିବ ‘ବିଚିତ୍ର ଯୋଡି ’ଙ୍କ କମାଲ । ଏହି କାର୍ଯ୍ୟକ୍ରମର ଆରମ୍ଭ ପାରମ୍ପରିକ ସେଟ୍ ଲୋନାୱାଲାରେ ନହୋଇ ଗୋଆରେ ହେବ । ସୂଚନା ଅନୁଯାୟୀ ପ୍ରତିଯୋଗୀଙ୍କ ନାମ ମିଡିଆରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୨ରେ ପ୍ରସାରଣ ହେବା ସହ ଏହାର ପ୍ରୋମୋ ମଧ୍ୟ ରିଲିଜ୍ ହେବ । ଏହି ମଜାଦାର ସୋରେ ଖେଳିବେ ଦମ୍ପତି ଏବଂ ରହିବେ ୨୧ଜଣ ପ୍ରତିଯୋଗୀ । ସେଲିବ୍ରିଟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଜବରଦସ୍ତ ଟକ୍କର ଦେଖିବାକୁ ମିଳିବ ଏହି କାର୍ଯ୍ୟକ୍ରମରେ ।

LEAVE A REPLY

Please enter your comment!
Please enter your name here