ହ୍ୱାଟସାପରେ ଆସୁଥିବା ଫର୍ଜି ମେସେଜକୁ ରେଡିଓ ମାଧ୍ୟମରେ ରୋକ ଲଗାଯିବ । କମ୍ପାନୀର ପ୍ରଚାରକ କହିବା ଅନୁସାରେ ଦେଶର ବିଭିନ୍ନ ରାଜ୍ୟରେ ରେଡିଓ ମାଧ୍ୟମରେ ପ୍ରଚାର ଆରମ୍ଭ କରାଯିବ । ଏହି ଅଭିଯାନରେ ଲୋକଙ୍କୁ ‘ଫରଓାଡ’ ମେସେଜ୍ କରୁଥିବା ବ୍ୟକ୍ତିଙ୍କୁ ସତ୍ୟତାର ପରୀକ୍ଷା ଦେବାକୁ ପଡିବ । ଅଲ୍ ଇଣ୍ଡିଆ ରେଡିଓ (ଆକାଶବାଣୀ) ବିହାର , ଝାରଖଣ୍ଡ ,ମଧ୍ୟପ୍ରଦେଶ , ଛତ୍ତିସଗଡ, ରାଜସ୍ଥାନ , ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସ୍ଥିତ ୪୬ ହିନ୍ଦୀ ଷ୍ଟେସନ୍ରେ ପ୍ରଚାର ଆରମ୍ଭ କରାଯିବ । ଏହା ସହ ଆଗାମୀ ସପ୍ତାହରେ ଆଞ୍ଚଳିକ ଭାଷାରେ ପ୍ରସାରିତ କରାଯିବ । ପ୍ରଚାର ସମୟରେ ହ୍ୱାଟସାପ ୟୁର୍ଜସ୍ ଙ୍କୁ ସତ୍ୟତାର ପରୀକ୍ଷାଦେବା ସହ ତାଙ୍କୁ ଭୁଲ୍ ମେସେଜ୍ ନପଠେଇବା ପାଇଁ ସତର୍କ କରାଯିବ । ଏଥିସହ ସାବଧାନ୍ ପାଇଁ କୁହାଯିବ । ନହେଲେ ଏହାର ପରିଣାମ ସଂକଟପୂର୍ଣ୍ଣ ହେବ ।

LEAVE A REPLY

Please enter your comment!
Please enter your name here