ଚାରା ଘୋଟାଲା ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିବା ଲାଲୁ ପ୍ରସାଦ ଯାଦବଙ୍କର ପାରୋଲ ଅବଧି ଶେଷ ହେବା ପରେ, ରାଞ୍ଚି ସ୍ଥିତ ସିବିଆଇ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ଲାଲୁ । ଆତ୍ମସମର୍ପଣ ପରେ ଲାଲୁଙ୍କୁ ପ୍ରଥମେ ବିର୍ସାମୁଣ୍ଡା ଜେଲକୁ ପଠାଯାଇଛି । ଏହାପରେ ତାଙ୍କୁ ରିମସକୁ ଚିକିତ୍ସା ପାଇଁ ନିଆଯିବ । ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କର ପୁରା ଭରଷା ଅଛି ଏବଂ କୋର୍ଟଙ୍କ ଆଦେଶ ସେ ପାଳନ କରିବେ ବୋଲି ଲାଲୁ କହିଛନ୍ତି ।

ସ୍ୱାସ୍ଥ୍ୟବସ୍ଥା ଖରାପ ଦର୍ଶାଇ ଦୀର୍ଘ ୩ମାସ ସେ ପାରୋଲରେ ଥିଲେ । ଗତ ୨୭ ତାରିଖରେ ତାଙ୍କ ପାରୋଲ ଅବଧି ଶେଷ ହୋଇଥିଲା । ସେ ଆଉ ଅଧିକ ଦିନ ପାରୋଲରେ ଯିବାକୁ କୋର୍ଟଙ୍କୁ ଅନୁମତି ମାଗିଥିଲେ । କିନ୍ତୁ କୋର୍ଟ ଅନୁମତି ଦେଇନଥିଲେ । ତେବେ ଦୀର୍ଘ ୧୧୦ ଦିନ ପରେ ଲାଲୁ ଜେଲ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here