ଏକାଦଶ ଓ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ଜାରି ହେଲା ଏସଓପି । ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ଏସଓପି । ଦିନ ୧୦ଟାରୁ ସାଢେ ଗୋଟାଏ ଯାଏଁ ଚାଲିବ ଏକାଦଶ କ୍ଲାସ । ସକାଳ ୯ଟାରୁ ଦିନ ସାଢେ ୧୨ଟା ଯାଏ ଚାଲିବ ଅଷ୍ଟମ କ୍ଲାସ । ଅଷ୍ଟମ ପିଲାଙ୍କୁ ସ୍କୁଲରେ ଦିଆଯିବନି ମଧ୍ୟାହ୍ନ ଭୋଜନ । ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଖୋଲିବାକୁ ଘୋଷଣା ହୋଇଛି । ସ୍କୁଲ ଖୋଲିଲେ ବି ଅଫଲାଇନ୍ ସହ ଅନଲାଇନ୍ କ୍ଲାସ ବି ହେବ । ଅଭିଭାବକଙ୍କ ସହ କଥା ହୋଇ ପିଲା ସ୍କୁଲକୁ ଆସି କ୍ଲାସ କରିପାରିବେ ।

LEAVE A REPLY

Please enter your comment!
Please enter your name here