କିଟ୍‍ ଓ କିସ୍‍ ପକ୍ଷରୁ କରୋନାରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ସହାୟତା ।

କିଟ୍‍ ଶିକ୍ଷାନୁଷ୍ଠାନ ସମୂହର କିଛି କର୍ମଚାରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନିଜ ଜୀବନ ହାରିଛନ୍ତି । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କିଟ୍‍ ପକ୍ଷରୁ ୨୦୨୦ରେ ଏହାର କରୋନା ମୃତକ କର୍ମଚାରୀଙ୍କ ପରିବାର ପାଇଁ ଏକ ସ୍ୱତନ୍ତ୍ର ଘୋଷଣା କରାଯାଇଥିଲା। କରୋନାରେ ମୃତ୍ୟୁବରଣ କରିଥିବା କିଟ୍‍ ଶିକ୍ଷାନୁଷ୍ଠାନ ସମୂହର କର୍ମଚାରୀଙ୍କ ପରିବାରର ଭବିଷ୍ୟତ ସୁରକ୍ଷା ପାଇଁ ନଗଦ ୫ ଲକ୍ଷ ଟଙ୍କା, ପରିବାରର ଜଣେ ସଦସ୍ୟଙ୍କୁ ନିଜ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ କିଟ୍‍ ଶିକ୍ଷାନୁଷ୍ଠାନ ସମୂହରେ ନିଯୁକ୍ତି ଏବଂ ସେମାନଙ୍କ ପିଲାଙ୍କୁ ଯୋଗ୍ୟତା ଅନୁସାରେ କିଟରେ ବିନାଦେୟରେ ଶିକ୍ଷାଦାନ ପାଇଁ ଗତ ବର୍ଷ ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ଘୋଷଣା ମୁତାବକ ସୋମବାର କିଟ୍‍ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଂପୃକ୍ତ ପରିବାରର ସଦସ୍ୟମାନଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‍ ଓ କିଟ୍‍ ଶିକ୍ଷାନୁଷ୍ଠାନ ସମୂହରେ ନିଯୁକ୍ତି ପାଇଁ ଶ୍ରୀ ସାମନ୍ତ ନିଯୁକ୍ତ ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଏବଂ କିଟ୍‍ ଶିକ୍ଷାନୁଷ୍ଠାନ ସମୂହର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here