କମିଶନରେଟ ପୋଲିସର ବହିଷ୍କୃତ ତଥା ଗିରଫ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ । ଏକକାଳୀନ ୫ଟି ସ୍ଥାନରେ ରେଡ କରୁଛି ୫ ଜଣିଆ ଟିମ୍ । କଳ୍ପନା ଛକରେ ଥିବା କ୍ୱାଟର୍ସ , ଡୁମଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର , ଲିଙ୍ଗିପୁରରେ ଥିବା ଫର୍ଣ୍ଣିଚର ୱାର୍କ ସପ୍ , ପାତ୍ରପଡାର ସାଉଥ୍ ସିଟି ବାର୍ ଓ ଖୋର୍ଦ୍ଧା ଜିଲ୍ଲା ନୂଆପଡାରେ ଥିବା ୨ମହଲା କୋଠାରେ ଚଢାଉ ହୋଇଛି । ଚଢାଉରେ ୨ ଡିଏସପି ଓ ୫ଇନସ୍ପେକ୍ଟର ସାମିଲ ହୋଇଛନ୍ତି । ପୂର୍ବରୁ କୋଭିଡ ଗାଇଡଲାଇନ୍ ଉଲ୍ଲଘଂନ କରି ସାଉଥ ସିଟି ହୋଟେଲ ଓ ବାର୍ ଚଳାଇଥିବା ଅଭିଯୋଗରେ ପ୍ରସନ୍ନ ବେହେରାଙ୍କୁ ଗିରଫ ପରେ ଚାକିରୀରୁ ବହିଷ୍କୃତ କରାଯାଇଥିଲା । ଏହାସହ ହୋଟେଲରେ ରେଡ ବେଳେ ଜବତ ହୋଇଥିଲା ବିପୁଳ ପରିମାଣର ମଦ । ମନୀଷ ହତ୍ୟା ମାମଲାର ଖୋଳତାଡ ବେଳେ ଘଟଣା ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here