ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ହାତୀ ଶିକାର. ନୂଆପଡା ଗ୍ରାମପଞ୍ଚାୟତ ମହାଲୁଣ୍ଡା ଗ୍ରାମ ନିକଟରେ ଆଜି ସକାଳୁ ଏକ ଦନ୍ତାହାତୀର ମୃତ ଦେହ ଠାବ କରାଯାଇଛି. ଡେଙ୍ଗବେରୀ ସଂରକ୍ଷିତ ଜଙ୍ଗଲରେ ଏହି ଦନ୍ତାହାତୀଟି ମରିପଡିଥିବା ଦେଖାଯାଇଛି. ମୃତ ହାତୀର ଦେହରେ ଲୁହା ଜିଆଇ ତାର ଲାଗି ରହିଥିବାରୁ ଶିକାରୀମାନେ ବନ୍ୟଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ଏହି ହାତୀଟି ମରିଥିବା କୁହାଯାଉଛି. ଆନୁମାନିକଭାବେ ହାତୀଟିର ବୟସ ୨୦ରୁ ୨୫ ବର୍ଷ ହେବ. ତେବେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ହାତୀକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here